fbpx

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ: ମଙ୍ଗୋଲିଆକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରିଛି ଭାରତ । ଅଧିନାୟକ ସୁନିଲ ଛେତ୍ରୀଙ୍କ ନେତୃତ୍ୱରେ ପରିଚାଳିତ ଭାରତୀୟ ଦଳ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତିପକ୍ଷ ମଙ୍ଗୋଲିଆ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା । ମଙ୍ଗୋଲିଆ ଶେଷ ଲଢ଼େଇ ଜାରି ରଖିଥିଲେ ହେଁ ଭାରତୀୟ ଦଳର ପ୍ରତିରକ୍ଷା ବ୍ୟୁହକୁ ଅତିକ୍ରମ କରିବାରେ ବିଫଳ ହେବା ଯୋଗୁଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ଗୋଲ ମଧ୍ୟ ପରିଶୋଧ କରି ପାରି ନ ଥିଲା ।

ଲାଲିଆଞ୍ଜୁଲାଲା ଛାଙ୍ଗତେ ଓ ସାହାଲ ଅବଦୁଲ ସାମଦ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଭାରତକୁ ବିଜୟୀ କରାଇଛନ୍ତି । ଭାରତ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ୨-୦ରେ ଅଗ୍ରଣୀ ହୋଇଥିଲା । ଦ୍ୱିତୀୟାର୍ଦ୍ଧରେ ପୁଣି ଏକାଧିକ ସୁଯୋଗ ସୃଷ୍ଟି କରି ଥିଲେ ହେଁ ଅଧିକ ଗୋଲ ସ୍କୋର କରିବା ସମ୍ଭବ ହୋଇ ପାରି ନ ଥିଲା । ମ୍ୟାଚ ଆରମ୍ଭ ପୂର୍ବରୁ ଉଭୟ ଦଳ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ୧ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

Get real time updates directly on you device, subscribe now.