fbpx
BJD SKY
BJD SKY

ଭଞ୍ଜକଳା ମଣ୍ଡପରେ ଅଘଟଣ: ମଞ୍ଚରେ ଟଳିପଡ଼ିଲେ ଭାରତନାଟ୍ୟମ୍ ନୃତ୍ୟଗୁରୁ

BJD

ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ମଞ୍ଚ ଉପରେ ନୃତ୍ୟ କରୁଥିବା ସମୟରେ ଭାରତନାଟ୍ୟମ୍ ନୃତ୍ୟଗୁରୁ ଶ୍ରୀଗଣେଶନ୍ ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ନୃତ୍ୟ ସେ ପରିବେଷଣ କରିଥିଲେ । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଦୀପ ପ୍ରଜ୍ୱଳନ କରି ନୃତ୍ୟ କରୁଥିବା ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ । ତାଙ୍କ ଘର ମାଲେସିଆ ବୋଲି ସୂଚନା ମିଳିଛି । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଶୋକପ୍ରକାଶ କରାଯାଇଛି ।

Get real time updates directly on you device, subscribe now.