fbpx

ଭାରତରେ ରହୁଥିବା ଲୋକଙ୍କୁ ଭାରତ ପ୍ରତି ବିଶ୍ୱସ୍ତ ହେବା ଉଚିତ୍: ହାଇକୋର୍ଟ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଭାରତ ବିରୋଧୀ ବିଷୟବସ୍ତୁ ସେୟାର କରିଥିବା ଅଭିଯୁକ୍ତ କଂଗ୍ରେସ ନେତା ଅଫଜଲ ଲଖାନୀଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ଗୁଜରାଟ ହାଇକୋର୍ଟ । ଏହା ସହ ସେ କହିଛନ୍ତି ଯେ, ଦେଶରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଶ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍ ।

ଏହା ସହ କୋର୍ଟ କହିଛନ୍ତି କି, ଦେଶର ପ୍ରଧାନମନ୍ତ୍ରୀ ଓ ତାଙ୍କର ସ୍ୱର୍ଗତ ମାତା ହେରାବେନଙ୍କୁ ନେଇ ଅପମାନଜନକ ଭାଷା ବ୍ୟବହାର କରାଯିବା ଉଚିତ୍ ନୁହେଁ ।

ଜାମିନ୍ ଆବେଦନ ଶୁଣାଣି କରି ଜଷ୍ଟିସ୍ ଏନଏସ ଦେଶାଇ କହିଛନ୍ତି ଯେ, ଯେଉଁ ଲୋକମାନେ ଭାରତରେ ରହୁଛନ୍ତି, ସେମାନଙ୍କୁ ଭାରତ ପାଇଁ ବିଶ୍ୱସ୍ତ ରହିବା ଉଚିତ୍ । ସାମଗ୍ରୀ ଯାଞ୍ଚରୁ ଜଣାପଡିଛି କି, ଆବେଦନକାରୀ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଯାହା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇପାରେ ଓ ସେଠାରେ କିଛି ପୋଷ୍ଟ ଅଛି ଯାହାକି ଅପମାନଜନକ । ଏପରି କିଛଇ ଅନ୍ୟ ସାମଗ୍ରୀ ରହିଛି, ଯାହାକି ସମାଜ ଉପରେ ପ୍ରଭାବ ପକାଇପାରେ ।

କୋର୍ଟ କହିଛନ୍ତି ଯେ, ଜଣେ ବ୍ୟକ୍ତି କାହାକୁ ପସନ୍ଦ କରିପାରନ୍ତି କିମ୍ବା ନାପସନ୍ଦ କରିପାରନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଦେଶର ପ୍ରଧାନମନ୍ତ୍ରୀ ତଥା ତାଙ୍କ ମୃତ ମାତାଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବେ । କୋର୍ଟ କହିଛନ୍ତି, ‘ସେହି ପୋଷ୍ଟଗୁଡିକରେ ଭାଷା ଏତେ ଅପମାନଜନକ ଯେ ତାକୁ ଏହି ଆଦେଶରେ ସାମିଲ କରିବା ସମ୍ଭବ ନୁହେଁ।

Get real time updates directly on you device, subscribe now.