fbpx

ଶନି ଦେବଙ୍କ ଆଶୀର୍ବାଦ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଭାଗ୍ୟ ଉଜ୍ଜ୍ୱଳ ହେବା ଆରମ୍ଭ କରେ

ଶନି ଦେବ ଶୁଭ ସଙ୍କେତ: ଜ୍ୟୋତିଷ ଶାସ୍ତ୍ରରେ ସପ୍ତାହର ସାତ ଦିନ ଗୋଟିଏ ଦେବତା ବା ଗ୍ରହ ପାଇଁ ଉତ୍ସର୍ଗୀ ହୋଇଥାଏ । ଶନିବାର ଶନି ଦେବଙ୍କ ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ଲୋକମାନେ ଶନି ଦେବଙ୍କ ଆଶୀର୍ବାଦ ପାଇବା ପାଇଁ ବିଭିନ୍ନ ଉପାୟ କରିଥାନ୍ତି । ତଥାପି ଶନି ଦେବ କାର୍ୟ୍ୟ ଅନୁଯାୟୀ ଫଳ ଦିଅନ୍ତି ।

ଲୋକମାନେ ସେମାନଙ୍କୁ ନିଷ୍ଠୁର ଗ୍ରହ ବୋଲି ଭାବନ୍ତି। କିନ୍ତୁ ସେମିତି ନୁହେଁ। ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ଭଲ କାର୍ଯ୍ୟ କରିବା ପରେ ଶୁଭ ଫଳାଫଳ ଦେଇଥାନ୍ତି । ଏଥି ସହିତ ଭୁଲ୍ ର ଦଣ୍ଡ ମଧ୍ୟ ଦେଇଥାନ୍ତି । ଯଦି ଶନି ଦେବ କାହା ପ୍ରତି ଦୟାଳୁ ହୁଅନ୍ତି, ତା’ହେଲେ ତାଙ୍କ ଉପରେ ଆଶୀର୍ବାଦ ଢାଳିବା ପୂର୍ବରୁ ନିଶ୍ଚିତ ଭାବରେ କିଛି ସଙ୍କେତ ଦେଇଥାନ୍ତି ।

କଳା କୁକୁର : କଳା କୁକୁରର ରୂପ ଶାନି ଦେବଙ୍କ ବୋଲି କୁହାଯାଏ । ଯଦି ଆପଣ ଶନିବାର ସକାଳେ ଏକ କଳା କୁକୁର ଦେଖନ୍ତି, ତେବେ ବୁଝିଯାଆନ୍ତୁ ଯେ ଶନି ଦେବ ଆପଣଙ୍କ ଉପରେ ଆଶୀର୍ବାଦ ଢାଳିବାକୁ ଯାଉଛନ୍ତି ।

କଳା କାଉ : କଳା କାଉ ମଧ୍ୟ ଶନି ଦେବଙ୍କ ରୂପ ବୋଲି କୁହାଯାଏ । ବିଶେଷକରି ଯଦି ଆପଣ ଶନିବାର ସକାଳେ ଏକ କଳା କାଉ ଦେଖନ୍ତି, ତେବେ ଏହା ଅତି ଉତ୍ତମ ବୋଲି ବିବେଚନା କରାଯାଏ ଏବଂ ଏହା ଶନି ଦେବଙ୍କ ଆଶୀର୍ବାଦ ଆର୍ଶୀବାଦ ମିଳିବାର ଏକ ସଙ୍କେତ ବୁଝିଯିବା ଉଚିତ୍ ।

ଭିକାରୀ : ଶନିବାର ସକାଳେ ଜଣେ ଭିକାରୀଙ୍କୁ ଦେଖିବେ ତେବେ ଏହା ଶୁଭ ସଙ୍କେତ ବୋଲି ଧରି ନେବେ । ଯଦି ଆପଣ ଏହି ଦିନ ଏପରି ବ୍ୟକ୍ତିଙ୍କୁ ଦେଖନ୍ତି, ତେବେ ତାଙ୍କୁ କିଛି ଦାନ କରନ୍ତୁ । ଏହା କଲେ ଶନି ଦେବ ପ୍ରସନ୍ନ ହୁଅନ୍ତି ଏବଂ ଆଶୀର୍ବାଦ କରନ୍ତି।

ସୁଇପର ବା ସଫେଇ କର୍ମଚାରୀ : ଶନିବାର ସକାଳେ ଘରୁ ବାହାରକୁ ଯିବାବେଳେ ଯଦି ଜଣେ ସୁଇପର ବା ସଫେଇ କର୍ମଚାରୀ ଦେଖନ୍ତି ତେବେ ଏହା ଶୁଭ ବୋଲି ବୁଝିନେବେ । ଏହାର ଅର୍ଥ ହେଉଛି ଶନି ଦେବଙ୍କ ଆଶୀର୍ବାଦ ଶୀଘ୍ର ଆପଣଙ୍କ ଉପରେ ପଡିବାକୁ ଯାଉଛି । ଏପରି ପରିସ୍ଥିତିରେ ସୁଇପର ଦେଖିବା ନିଜର ସାମର୍ଥ୍ୟ ଅନୁଯାୟୀ କିଛି ଦାନ କରନ୍ତୁ ।

Get real time updates directly on you device, subscribe now.