ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ହାଇଡ୍ରାମା ଚାଲିଛି, କଂଗ୍ରେସ-ବିଜେଡି ଉପରେ ବର୍ଷିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ଅଚଳାବସ୍ଥା ପାଇଁ ଷଡଯନ୍ତ୍ର କରାଯାଉଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସାମ୍ବାଦିକ ସମ୍ମିଳନୀ କରି ଉଭୟ କଂଗ୍ରେସ ଓ ବିଜେଡିକୁ ସିଧା ଟାର୍ଗେଟ କଲେ ମନ୍ତ୍ରୀ ।

ରାଜନୈତିକ ସ୍ୱାର୍ଥ ସାଧନ କରିବା ପାଇଁ ହାଇଡ୍ରାମା ଚାଲିଛି । ମାର୍ଚ୍ଚ ୭ରୁ ୧୩ ଦିନ ହେଲା ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । କଂଗ୍ରେସ ବିଧାୟକ ଆକ୍ରମଣ ନେଇ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ ।

ଯଦି ବିରୋଧୀ ସତ କହୁଛନ୍ତି, ତେବେ ତାହା ପ୍ରମାଣ କରିନ୍ତୁ ବୋଲି ଆହ୍ୱାନ ଦେଲେ ପୃଥ୍ୱୀରାଜ ହରିଚନ୍ଦନ । ୨୭ ତାରିଖ ଆନ୍ଦୋଳନ ପାଇଁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି । ୨୭ ତାରିଖରେ ଗୃହ ଚଲାଇ ନ ଦେବା ପାଇଁ କୁଆଡେ ନିର୍ଦ୍ଦେଶ ଆସିଛି ।

ଅତୀତର କାର୍ଯ୍ୟକୁ ଅନୁଶୀଳନ କଲେ ଭଗବାନ କ୍ଷମା କରିବେନି । ଛବିରାଣୀ, ଅନ୍ଧୁଣୀ, ଅଞ୍ଜନା ଗଣଦୁଷ୍କର୍ମ ମାମଲା କିଏ କରିଥିଲା? ସେହି କଂଗ୍ରେସ ଆଜି ମହିଳା ସୁରକ୍ଷା କଥା କ’ଣ କହିବ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

ପ୍ରମୁଖ ବିରୋଧୀ ଦଳ ଆଜି କଂଗ୍ରେସ ସହ ଭାବଦୋସ୍ତିରେ ଅଛି । ପରି, ଇତିଶ୍ରୀ, ବେବିନା, ସ୍ମିତାରାଣି ପରି ୨୪ ବର୍ଷରେ କେତେ କ’ଣ ଘଟିଛି । ବିଜେଡି ଆଇନ ଶୃଙ୍ଖଳା କଥା କହିବା ଲଙ୍କାରେ ହରି ଶବ୍ଦ ସହ ସମାନ ।

ଗୋଟିଏ ଲୋକ କଥାରେ ସରକାର ଉଠବସ ହେଉଥିଲା, ପୋଲିସ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା ବୋଲି କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ।