fbpx

ଉଚ୍ଚ ପାହାଡ଼ ଉପରୁ ହଠାତ୍ ଗାର୍ଲଫ୍ରେଣ୍ଡକୁ ଧକ୍କା ଦେଲା ପ୍ରେମିକ, ଦେଖନ୍ତୁ Video

ନୂଆଦିଲ୍ଲୀ: ପ୍ରେମୀଯୁଗଳଙ୍କୁ ନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଉଚ୍ଚ ପାହାଡ଼ରୁ ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଧକ୍କା ଦେଇଥିଲେ । ଏହାପରେ ହୱାରେ ଲଟକି ରହିଥିବା ପ୍ରେମିକା ନିଜର ବ୍ରେକଅପ୍ କରିଦେଇଥିଲେ ।

ତେବେ ବଞ୍ଜି ଜପିଂର ଆଡଭେଞ୍ଚର ଚକ୍କରରେ ପ୍ରେମୀଯୁଗଳଙ୍କର ବ୍ରେକଅପ୍ ହୋଇଯାଇଥିଲା । ଏହି ଭିଡିଓକୁ ୬୦ ହଜାରରୁ ଅଧିକ ଭ୍ୟୁ ମିଳିସାରିଛି । ୨୦୧୩ରେ ଏହି ଭିଡିଓକୁ ୟୁଟ୍ୟୁବରେ ଅପଲୋଡ୍ କରାଯାଇଥିଲା । ଭିଡିଓରେ ଦେଖାଯାଉଛି, ବୟଫ୍ରେଣ୍ଡ ବଞ୍ଜି ଜପିଂ ପାଇଁ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ପାହାଡ଼ ଉପରୁ ଧକ୍କା ଦେଉଛନ୍ତି । ମାତ୍ର ବାୟୁରେ ଝୁଲୁଥିବା ଅବସ୍ଥାରେ ପ୍ରେମିକା ବଡ଼ପାଟିରେ କହିଥିଲେ, ମୁଁ ତୁମଠାରୁ ବ୍ରେକଅପ୍ କରୁଛି ।

ଯୁବକ ଓ ଯୁବତୀ ବଞ୍ଜି ଜପିଂ ଉଦ୍ଦେଶ୍ୟରେ ପାହାଡ଼ ଉପରକୁ ଯାଇଥିଲେ । ମାତ୍ର ସେଠାକୁ ଯିବାବେଳେ ଯୁବତୀ ବଞ୍ଜି ଜପିଂ ପାଇଁ ମାନସିକ ଭାବେ ପ୍ରସ୍ତୁତ ନଥିଲେ । ଏସବୁ ଜାଣି ମଧ୍ୟ ବୟଫ୍ରେଣ୍ଡ ଯୁବତୀଙ୍କୁ ପାହାଡ଼ ଉପରୁ ଧକ୍କା ଦେଇଥିଲେ । ଏହାପରେ ଯୁବତୀ ବହୁତ ଡରି ଯାଇଥିଲେ ଓ ଝୁଲିବା ଅବସ୍ଥାରେ ବ୍ରେକଅପ୍ ଘୋଷଣା କରିଦେଇଥିଲେ । ଏହି ଘଟଣାକୁ ସମସ୍ତେ ମଜାଳିଆ ଢଙ୍ଗରେ ନେଇଛନ୍ତି ।

Get real time updates directly on you device, subscribe now.