(Video) ଭଲ ଫିଲ୍ମରେ ସୁଯୋଗ ଦେବା କହି ଅନ୍ତରଙ୍ଗ ଭିଡିଓ କରିଥିଲେ: ଅଭିନେତ୍ରୀଙ୍କ ସହ ପାଟିତୁଣ୍ଡ ହେବାରୁ ଭିଡିଓ ଭାଇରାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଜଣେ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହେବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଜଣେ ଫିଲ୍ମ ନିର୍ମାତା ହୋଇଥିବା ବେଳେ ସେ ଅଭିନେତ୍ରୀଙ୍କୁ ପ୍ରଥମେ ଜାତୀୟ ସ୍ତରର ଫିଲ୍ମରେ ସୁଯୋଗ ଦେବାର ଅଫର ଦେଇଥିଲେ । ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ସହିତ ଅଶ୍ଲୀଳ ଭିଡିଓ ଶୁଟ୍ ପର୍ଯ୍ୟନ୍ତ କଥା ଯାଇଥିଲା ।

ତେବେ ଦୟାନିଧି ରହୁଥିବା ଘରେ ଏବେ ତାଲା ପଡ଼ିଥିବା ବେଳେ ସେ ଗତକାଲି ସେଠାକୁ ଯାଇଥିଲେ ବୋଲି ସୁରକ୍ଷାକର୍ମୀ କହିଛନ୍ତି । ଅଭିନେତ୍ରୀଙ୍କୁ ନେଇ ସୋସିଆଲ ମିଡ଼ିଆରେ ଦୟାନିଧି ଆପତ୍ତିଜନକ ପୋଷ୍ଟ କରୁଥିଲେ । କେବେଠାରୁ ଦୟାନିଧି ଅଭିନେତ୍ରୀଙ୍କୁ ବ୍ଲାକମେଲ କରିଆସୁଥିଲେ, ସେ କାହିଁକି ଏପରି କରୁଥିଲେ ତାହାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଦେଖିବାକୁ ମିଳିଛି । ନିକଟରେ କାଷ୍ଟିଂ କାଉଚକୁ ନେଇ ଜଣେ ଅଭିନେତ୍ରୀ ଜଣେ ପ୍ରଯୋଜକଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ତେବେ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ନାମ ହେଉଛି ଦୟାନିଧି ଦାହିମା । ଦୟାନିଧି ଜଣେ ଫିଲ୍ମମେକର ହୋଇଥିବା ବେଳେ ସେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଦେଖାଇ ବ୍ଲାକମେଲ କରିଥିବା ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । କେବଳ ବ୍ଲାକମେଲ ନୁହେଁ, ଶୁଟିଂ ସେଟକୁ ଆସି ହୋ ହାଲ୍ଲା ମଧ୍ୟ କରିଥିଲେ । ତେବେ ପୁରୁଷ ବନ୍ଧୁଙ୍କ କାରନାମା ଅସହ୍ୟ ହେବାରୁ ଶେଷରେ ଅଭିନେତ୍ରୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ୨୦୧୯ରେ ପ୍ରଥମେ ଦୁହିଁଙ୍କ ମଧ୍ୟରେ ଦେଖା ହେବା ସହ ପରବର୍ତ୍ତୀ ସମୟରେ ସେମାନଙ୍କର ସମ୍ପର୍କ ନିବିଡ଼ ହେବାରେ ଲାଗିଥିଲା । ଲକ୍ଷ୍ମୀସାଗର ଥାନାରେ ଅଭିନେତ୍ରୀ ମାମଲା ଦାୟର କରିବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦଫା ୨୬୮, ୨୯୪, ୩୪୯, ୩୫୦, ୩୫୪, ୩୫୪-ଏ, ୩୫୪-ସି, ୩୮୩, ୪୨୦, ୪୬୮,୪୯୯, ୫୦୩ ଓ ୫୦୬ ଲାଗୁ କରିଛି ।