fbpx

ଟ୍ରେଣ୍ଡ ହେଉଛି #BoycottManekaGandhi, ଚିନ୍ତା ବଢ଼ାଇଲା ଅଡିଓ କଲ୍ ରେକର୍ଡିଂ!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୁଲତାନପୁରରୁ ବିଜେପି ସାଂସଦ ଥିବା ମେନକା ଗାନ୍ଧୀଙ୍କ ପାଇଁ ଅଡ଼ୁଆ ସାଜିଛି ଏକ ଅଡିଓ କଲ୍ ର ରେକର୍ଡିଂ । ପ୍ରାଣୀ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଫୋନରେ ଅଭଦ୍ର ଭାଷା କହିବାର ଅଡିଓ କଲ୍ ରେକର୍ଡିଂ ଭାଇରାଲ ହେବା ପରେ ତାହା ଏବେ ଟ୍ୱିଟରେ ଟ୍ରେଣ୍ଡ କରିବାରେ ଲାଗିଛି । ପ୍ରାଣୀ ଚିକିତ୍ସକମାନେ ମେନକା ଗାନ୍ଧୀଙ୍କ ଉପରେ ଅସନ୍ତୋଷ ଥିବା ବେଳେ ପ୍ରାଣୀ ଚିକିତ୍ସା ଡାକ୍ତର ସଂଘ ଏହି ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସହାୟତା ମାଗିଛି । ଏଥିରେ ମେନକା ଗାନ୍ଧୀ ଚିକିତ୍ସକଙ୍କୁ ଧମକାଇବା ଓ ଅଭଦ୍ର ଭାଷାର ବ୍ୟବହାର କରୁଥିବାର ଅଭିଯୋଗ ଲଗାଯାଇଛି । ଅନ୍ୟପଟେ ଟ୍ୱିଟରେ ମଧ୍ୟ #BoycottManekaGandhi, #मेनकागांधीमाफीमांगे ଟ୍ରେଣ୍ଡ କରୁଛି ।

ତେବେ ମେନକା ଗାନ୍ଧୀଙ୍କ ଏକ ଅଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଅଡିଓରେ ସେ କୁକୁରଙ୍କ ଚିକିତ୍ସା କରୁଥିବା ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଉପରେ ରାଗିଯାଇ ଅନେକ ଅଭଦ୍ର ଭାଷାର ବ୍ୟବହାର କରୁଥିବା ଶୁଣିବାକୁ ମିଳୁଛି । ଅଡିଓ ମୁତାବକ, ମେନକା ସୀତାପୁର ସୀତାପୁରର ଜଣେ ଭେଟନରୀ ଡାକ୍ତରଙ୍କ ସହ କଥା ହେଉଛନ୍ତି , ଯାହାଙ୍କ ପାଖରେ ୬ ମାସର ଅଭିଜ୍ଞତା ରହିଛି । ମେନକା ଡାକ୍ତରଙ୍କ ଲାଇସେନ୍ସ ସବୁଦିନ ପାଇଁ ନେଇଯିବାକୁ ଧମକ ଦେଉଛନ୍ତି । ଏହା ସହ ତୁମ ଘରେ କେହି ଶିକ୍ଷିତ ଅଛନ୍ତି କି ନାହିଁ ବୋଲି ମେନକା ଡାକ୍ତରଙ୍କୁ ପଚାରିଛନ୍ତି ।

ଏହି ଅଡିଓଟି ଟ୍ୱିଟରରେ ଖୁବ ଭାଇରାଲ ହେବା ପରେ ୟୁଜର୍ସମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓ ମେନକାଙ୍କ ବିରୋଧରେ ଟ୍ୱିଟ୍ କରୁଛନ୍ତି । ଏହା ସହ ୟୁଜର୍ସମାନେ ୨୩ ଜୁନକୁ କଳାଦିବସ ବୋଲି ପାଳନ କରିବାକୁ କହିଥିବାର ଦେଖିବାକୁ ମିଳିଛି । ଏହି ମାମଲାକୁ ନେଇ ଫିଲ ନିର୍ମାତା ଅଶୋକ ପଣ୍ଡିତ ଭେଟନରୀ ଡାକ୍ତର ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଟ୍ୱିଟ୍ କରିଛନ୍ତି । କେତେକ ୟୁଜର୍ସ ଲେଖିଛନ୍ତି ଯେ, ମେନକା ପ୍ରାୟତଃ ଲୋକମାନଙ୍କୁ ମିଛ ଅଭିଯୋଗରେ ଧମକ ଦିଅନ୍ତି । ଏବେ ମେନକାଙ୍କୁ ରାଜନୀତିରୁ ସନ୍ୟାସ ନେବାକୁ ଉଚିତ୍ ବୋଲି ସେମାନେ କହିଛନ୍ତି ।

 

Get real time updates directly on you device, subscribe now.