fbpx

‘ଗର୍ଭବତୀ’ ନୁସରତ୍ ପାଣିରେ ନିଆଁ ଲଗାଇଦେଲେ! ପୋଜ୍ ଦେଲେ ସ୍ୱିମିଂ ପୁଲ୍ ରେ…

ଓଡ଼ିଶା ଭାସ୍କର ବ୍ୟୁରୋ: ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ୍ ଜହାଁ ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି । ଏକଦା ବଙ୍ଗଳା ସିନେମାରେ ଅଭିନୟ କରି ଚର୍ଚ୍ଚାରେ ରହିଥିବା ନୁସରତ୍ ରାଜନୀତିକୁ ଆସିବା ପରେ ଖୁବ୍ ପ୍ରଶଂସା ସାଉଁଟିଥିଲେ । କିନ୍ତୁ ପରେ ପରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ସାଧାରଣରେ ସମାଲୋଚନାର ଶୀକାର ହେଉଛନ୍ତି । ନିଜର ବିବାହ ଓ ପ୍ରେଗନାଣ୍ଟକୁ ନେଇ ବିବାଦ ତାଙ୍କ ପିଛା ଛାଡୁନି । ଏଭଳି ସମୟରେ ନୁସରତ୍ ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି । ଏଥର କିନ୍ତୁ ସେ ହଟ୍ ପୋଜ୍ ଦେଇ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛନ୍ତି ।

ଗର୍ଭବତୀ ଥିବା ନୁସରତ୍ ସ୍ୱିମିଂ ପୁଲ୍ ରେ ଏଭଳି ପୋଜ୍ ଦେଇଛନ୍ତି ଯେ ୟୁଜର୍ସ ପାଗଳପ୍ରାୟ ହୋଇଯାଉଛନ୍ତି । ଆଖିରେ ହାଣିଦେବା ଭଳି ଅଙ୍ଗଭଙ୍ଗୀ ଦେଇ ନୁସରତ୍ ସତେ ଯେମିତି ଇଣ୍ଟରନେଟ୍ ରେ ନିଆଁ ଲଗାଇ ଦେଇଛନ୍ତି! ଖାଲି ଏତିକି ନୁହେଁ, ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର୍ କରିଥିବା ପୋଷ୍ଟରେ କ୍ୟାପସନ୍ ଦେଇଛନ୍ତି କି – ନୋ ରିସ୍କ୍, ନୋ ଷ୍ଟୋରି ।

Nusurat HOT

ନିଜ ବିବାହକୁ କହୁଛନ୍ତି ଅବୈଧ

ଇଲୁ ଇଲୁ ପରେ ପରେ ବିଦେଶରେ କଲେ ବିବାହ । ଆଉ ତାପରେ ଗର୍ଭବତୀ ହେଲେ । କିନ୍ତୁ ଏବେ ନିଖିଲଙ୍କ ସହ ତାଙ୍କ ବିବାହକୁ ନୁସରତ୍ ଅବୈଧ ବୋଲି କହୁଛନ୍ତି। ସେପଟେ ନିଖିଲ ମଧ୍ୟ କହୁଛନ୍ତି ଯେ ନୁସରତଙ୍କ ଗର୍ଭରେ ଥିବା ସନ୍ତାନ ତାଙ୍କର ନୁହେଁ । ହଁ, ନୁସରତ୍ ଦାବି କରୁଛନ୍ତି ଯେ ୨୦୧୯ରେ ସେମାନେ ତୁର୍କୀରେ ବିବାହ କରିଥିଲେ । କିନ୍ତୁ ତାହା ଭାରତୀୟ ଆଇନ ଅନୁସାରେ ବୈଧ ନୁହେଁ । ତେଣୁ ସେମାନଙ୍କ ସମ୍ପର୍କ ବିବାହ ଭିତ୍ତିକ ନଥିଲା ବରଂ ଲିଭ୍-ଇନ୍ ରିଲେସନ୍ ଥିଲା ବୋଲି ନୁସରତ୍ ନିଜ ମତ ପ୍ରକାଶ କରିଆସୁଛନ୍ତି ।

Nusurat HOTTY

ବିରୋଧୀ କହୁଛନ୍ତି ଇସ୍ତଫା ଦିଅ

ମଥାରେ ସିନ୍ଦୁର ଆଉ ଗର୍ଭରେ ସନ୍ତାନ । କିନ୍ତୁ ନୁସରତ୍ ବିବାହ କରିନାହାନ୍ତି ବୋଲି କହିବା ହାସ୍ୟାସ୍ପଦ । ଏଭଳି କହୁଛନ୍ତି ବିରୋଧୀ ରାଜନୀତିକ ଦଳ । ପଶ୍ଚିମ ବଙ୍ଗର ବିଜେପି ସଭାପତି ଦିଲୀପ ଘୋଷ ମଧ୍ୟ ନୁସରତଙ୍କୁ ଜଣେ ବଡ଼ ଠକ ବୋଲି କହିବା ସହ ପଶ୍ଚିମ ବଙ୍ଗ ରାଜନୀତିରେ ସେ ସମ୍ମାନହାନୀ କରିଥିବା କହିଛନ୍ତି । ଏଥିସହ ତୁରନ୍ତ ନୁସରତ୍ ସାଂସଦ ପଦରୁ ଇସ୍ତଫା ଦେବାକୁ ବିଜେପି ପକ୍ଷରୁ ଦାବି ହେଉଛି ।

ଦେଖନ୍ତୁ ଭିଡିଓ

 

View this post on Instagram

 

A post shared by Nusrat (@nusratchirps)

Get real time updates directly on you device, subscribe now.