fbpx

ବିରଳ ହଳଦିଆ କଇଁଛ ଉଦ୍ଧାର, ଓଜନ ପ୍ରାୟ ୨ କିଲୋ

ଭଦ୍ରକ (ଓଡ଼ିଶା ଭାସ୍କର) : ବୈତରଣୀ ନଦୀପଠାରୁ ଉଦ୍ଧାର ହୋଇଛି ହଳଦିଆ ରଙ୍ଗର କଇଁଛ । ଭଦ୍ରକ ଜିଲ୍ଲା ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁର ବୈତରଣୀ ନଦୀ ପାଖ ରାସ୍ତାରେ କଇଁଛଟିକୁ ଉଦ୍ଧାର କରାଯାଇଛି । ଜଣେ ଯୁବକ ଘରକୁ ଫେରୁଥିବା ସମୟରେ କଇଁଛଟିକୁ ଧରିଥିଲେ । କଇଁଛଟିର ଓଜନ ୨ କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ଏହି ବିରଳ କଇଁଛ ବାତ୍ୟା ୟାସ ଯୋଗୁଁ ସମୁଦ୍ରରୁ ନଦୀକୁ ଚାଲିଆସିଥିବା ଅନୁମାନ କରାଯାଉଛି । ତେବେ କଇଁଛଟିକୁ ପୁଣି ନଦୀରେ ଛାଡ଼ି ଦିଆଯାଇଛି।

ଏହି ହଳଦିଆ ରଙ୍ଗର କଇଁଛ ଦେଖିବାକୁ ଲୋକଙ୍କର ଭିଡ଼ ଜମିବାରୁ ବନ ବିଭାଗକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି ଏହି ବିରଳ କଇଁଚଟିକୁ ଉଦ୍ଧାର କରିଛନ୍ତି। ପରେ ଏହି ବିରଳ କଇଁଛଟିକୁ ବୈତରଣୀ ନଦୀରେ ଛଡ଼ା ଯାଇଛି।

Get real time updates directly on you device, subscribe now.