fbpx
BJD
BJD SKY
BJD SKY

ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ପହଞ୍ଚିଲେ ବାବା ରାମଦେବ

BJD

ନୂଆଦିଲ୍ଲୀ: ଏଲୋପାଥିକୁ ନେଇ ବିବାଦୀୟ ବୟାନ ଦେବା ପରେ ସଙ୍କଟରେ ପଡିଛନ୍ତି ବାବା ରାମଦେବ । ଏନେଇ ଦେଶର ବିଭିନ୍ନ ରାଜ୍ୟରେ ଦିଆଯାଇଥିବା ଏଫଆରଆର ବିରୋଧରେ ସେ ଆଜି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ଏଲୋପାଥି ଉପରେ ବିବୃତ୍ତି ପରେ ବିହାର ଓ ଝାଡଖଣ୍ଡରେ ରୁଜୁ ହୋଇଥିବା ମାମଲା ଉପରେ ଅଙ୍କୁଶ ଲଗାଇବାକୁ ଓ ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ହେବ ବାବା ରାମଦେବ ଓ ଏଲୋପାଥି ଡାକ୍ତରଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ବାବା ଏଲୋପାଥି ଡାକ୍ତରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏପରିକି ଏଲୋପାଥି ଔଷଧ ତୁଳନାରେ ଆୟୁର୍ବେଦ ଭଲ ବୋଲି କହିଥିଲେ । ଏପରିକି ଡାକ୍ତରଙ୍କ ମନୋବଳ ଭାଙ୍ଗିବା ଭଳି କିଛି କହିଥିବା ଅଭିଯୋଗ କରିଥିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ । ଏନେଇ ଛତିଶଗଡ ଓ ରାୟପୁର ଆଇଏମଏ ପକ୍ଷରୁ ବାବା ରାମଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା । ବାବା ରାମଦେବଙ୍କ ବିରୋଧରେ ୧୦୦୦ କୋଟିର ମାନହାନୀ ଓ ନିସର୍ତ୍ତ କ୍ଷମା ପ୍ରାର୍ଥନା ନେଇ ମଧ୍ୟ ମାମଲା ରୁଜୁ କରିଛି ଆଇଏମଏ ।

Get real time updates directly on you device, subscribe now.