ନୃଶଂସ ପ୍ରେମିକ, ଗର୍ଭବତୀ ପ୍ରେମିକାକୁ ପଥରରେ ଛେଚି ଛେଚି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା

ଛତିଶଗଡ଼ରୁ ଆଣି ମାଲକାନଗିରିରେ ହତ୍ୟା।

ମାଲକାନଗିରି: ଜଙ୍ଗଲରୁ ମିଳିଥିଲା ଯୁବତୀଙ୍କ କଙ୍କାଳ। ଏବେ ସାମ୍ନାକୁ ଆସିଲା ହତ୍ୟାକାଣ୍ଡର କାରଣ। କାରଣ ଥିଲା ଯୁବତୀ ଜଣକ ଗର୍ଭବତୀ ଥିଲେ। ଆଉ ଗର୍ଭପାତ ନ କରିବାରୁ ଯୁବତୀଙ୍କୁ ହତ୍ୟା କରିଥିଲା ତାଙ୍କ ପ୍ରେମିକ।

ହଁ ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣା। ଛତିଶଗଡ଼ରୁ ଆଣି ମାଲକାନଗିରିରେ ହତ୍ୟା କରିଥିଲା ପ୍ରେମିକ। ମାର୍ଚ୍ଚ ୨୦ରେ ରେଙ୍ଗାବନ୍ଧ ଜଙ୍ଗଲରେ ବୀଭତ୍ସ ଭାବେ ପଥରରେ ଛେଚି ଛେଚି ଗର୍ଭବତୀ ପ୍ରେମିକାକୁ ହତ୍ୟା କରିଥିଲା ନୃଶଂସ ପ୍ରେମିକ।

ହଁ ଦୀର୍ଘ ମାସେ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ମାଲକାନଗିରି ଥାନା ପୋଲିସ। ଅଭିଯୁକ୍ତ ପ୍ରେମିକ ଛତିଶଗଡ଼ ସିନ୍ଧିଗଡ଼ ଥାନା ସୁକମା ପୋଣ୍ଡୁମ ଗାଁର। ଆଉ ଯୁବତୀ ଜଣକ ମର୍ତ୍ତୃଣ୍ଡା ଗାଁର, ଉଭୟେ ବର୍ଷେ ହେବ ପ୍ରେମ ସମ୍ପର୍କରେ ଥିଲେ।

ଯୁବତୀ ଗର୍ଭବତୀ ହେବା ପରେ ଗର୍ଭପାତ ପାଇଁ କହିଥିଲେ ପ୍ରେମିକ। ହେଲେ ପ୍ରେମିକଙ୍କ କଥାରେ ରାଜି ହୋଇନଥିଲେ ପ୍ରେମିକା। ପ୍ରେମିକା ରାଜି ନହେବାରୁ ଛତିଶଗଡ଼ରୁ ଆଣି ମାଲକାନଗିରି ସୀମାନ୍ତ ଚାଲାଣଗୁଡ଼ା ଗାଁ ନିକଟରେ ହତ୍ୟା କରିଥିଲା। ହତ୍ୟା କରିବା ପରେ ରେଙ୍ଗାବନ୍ଧ ଜଙ୍ଗଲରେ ମୃତଦେହ ଫିଙ୍ଗିଥିଲା ଅଭିଯୁକ୍ତ ପ୍ରେମିକ।