fbpx
BJD
BJD SKY
BJD SKY

ନିଜଠାରୁ ଅଧିକ ବୟସର ଝିଅମାନଙ୍କୁ ଏହି କାରଣରୁ ପୁଅମାନେ କରିଥାନ୍ତି ପସନ୍ଦ

ଆଜିର ସମାଜରେ ସମୟର ପରିବର୍ତ୍ତନ ସହ ପ୍ରେମ କରିବାର ଶୈଳୀ ମଧ୍ୟ ବଦଳି ଗଲାଣି । ସାଧାରଣତଃ ଅଧିକାଂଶ ପୁଅ ନିଜ ଠାରୁ କମ ବୟସର ଝିଅମାନଙ୍କୁ ଲାଇଫ ପାର୍ଟନର ବାଛିଥାନ୍ତି । ମାତ୍ର କିଛି ପୁଅଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ । ପୁଅମାନେ ନିଜଠାରୁ ଯଥେଷ୍ଟ ଅଧିକ ବୟସର ଝିଅମାନଙ୍କୁ ପସନ୍ଦ କରିଥାନ୍ତି । ଆସନ୍ତୁ ଜାଣିବା ଏହା ପଛର କାରଣଗୁଡ଼ିକ ବିଷୟରେ ।

– କିଛି ପୁଅମାନେ ସେମାନଙ୍କ ଜୀବନରେ ମାର୍ଜିତ ଚରିତ୍ର ତଥା ପରିପକ୍ୱ ସ୍ୱଭାବର ଝିଅମାନଙ୍କୁ ପସନ୍ଦ କରିଥାନ୍ତି । ଅଧିକ ବୟସର ଝିଅମାନଙ୍କଠାରେ ଏହି ସବୁ ଗୁଣ ରହିଥାଏ । ଫଳରେ ଦାୟିତ୍ୱବାନ ହେତୁ ଏହି ଝିଅମାନଙ୍କୁ କିଛି ପୁଅ ପ୍ରେମ କରିଥାନ୍ତି ।

– ମନୋବିଜ୍ଞାନୀଙ୍କ ମତରେ ଅଧିକ ବୟସର ମହିଳାମାନେ ଶାରୀରିକ ଓ ମାନସିକ କ୍ଷେତ୍ରରେ ଦୃଢ଼ ହୋଇଥାନ୍ତି । ପ୍ରତ୍ୟେକ ସମସ୍ୟାକୁ ସେମାନେ ସହଜରେ ସମାଧାନ କରିବାରେ ସକ୍ଷମ ଥାନ୍ତି । ତେଣୁ ଏମାନଙ୍କ ପ୍ରତି ପୁଅମାନଙ୍କର ଆକର୍ଷଣ ବଢ଼ିଥାଏ ।

– ନିଜ ଠାରୁ ଅଧିକ ବୟସର ମହିଳାମାନେ କେବଳ ମାନସିକ ସ୍ତରରେ ନୁହେଁ, ଆର୍ଥିକ ସ୍ତରରେ ମଧ୍ୟ ମଜବୁତ ହୋଇଥାନ୍ତି । ଫଳରେ ପୁଅମାନେ ଏପରି ମହିଳାଙ୍କୁ ବିବାହ କରି ଖୁସିରେ ଜୀବନ ଅତିବାହିତ କରିବାକୁ ସ୍ୱପ୍ନ ଦେଖିଥାନ୍ତି ।

Get real time updates directly on you device, subscribe now.