fbpx

ବିପିୟୁଟି ଘୋଷଣା କଲା ନୂତନ ପରୀକ୍ଷା ତାରିଖ; ଜାଣନ୍ତୁ କେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଗୁରୁବାର ବିପିୟୁଟି ପକ୍ଷରୁ ଅନଲାଇନ ପରୀକ୍ଷା ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି । ଜୁଲାଇ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଜୁଲାଇ ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏହି କ୍ରମରେ ସମସ୍ତ ଯୁଗ୍ମ ସେମିଷ୍ଟରର ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିପିୟୁଟି ପକ୍ଷରୁ ଘୋଷଣା କରାଯାଇଛି ।

ଷଷ୍ଠ, ଅଷ୍ଟମ ଓ ଦଶମ ସେମିଷ୍ଟରରେ ଥିବା ବି. ଆର୍କ/ ଏମବିଏ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଅନଲାଇନରେ ଅନୁଷ୍ଠିତ ହେବ । ଷଷ୍ଠ ଓ ଅଷ୍ଟମ ସେମିଷ୍ଟରରେ ଥିବା ବି. ଫାର୍ମା ଛାତ୍ରଛାତ୍ରୀ ମଧ୍ୟ ଏହି ସମୟରେ ଅନଲାଇନ ପରୀକ୍ଷା ଦେବେ । ଅଷ୍ଟମ ସେମିଷ୍ଟରରେ ଥିବା ବି. ପ୍ଲାନ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେବେ । ୪ର୍ଥ ସେମିରେ ରହିଥିବା ଏମଏସସି/ଏମବିଏ, ୧୦ମ ସେମିଷ୍ଟରର ଏମଏସ୍ସି ଇଣ୍ଟରନାଲ ଓ ୪ର୍ଥ ଓ ୬ଷ୍ଠ ସେମିଷ୍ଟରରେ ରହିଥିବା ଏମବିଏ(ପିଟି) ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେବେ ବୋଲି ଜଣା ପଡିଛି ।

ବିପିୟୁଟି ଅଫିସିଆ ୱେବସାଇଟରେ ସମସ୍ତ ଛାତ୍ରଛାତ୍ରୀ ନିଜର ଇମେଲ ଆଇଡି, ମୋବାଇଲ ନମ୍ବର, ପରୀକ୍ଷା ଦେବା ଡିଭାଇସ୍ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୩ ତାରିଖ ସୁଦ୍ଧା ନିଜର ସମସ୍ତ ଡାଟା ପଞ୍ଜୀକୃତ କରିବା ପାଇଁ ବିପିୟୁଟି ପକ୍ଷରୁ କୁହାଯାଇଛି । ବିଟେକ୍ ବିଭାଗରେ ଷଷ୍ଠ (ରେଗୁଲାର ଓ ବ୍ୟାକ୍) ଏବଂ ଅଷ୍ଟମ(ରେଗୁଲାର) ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.