fbpx

ସାଫ୍ ଚାମ୍ପିଅନସିପ୍ ଜିତିବା ପରେ ସୁନିଲ ଛେତ୍ରୀଙ୍କ ପଛରେ ଲାଇନ୍ ଲଗାଇଲେ ବଡ଼ବଡ଼ ବ୍ରାଣ୍ଡ, ଅନ୍ୟ ଖେଳାଳିଙ୍କୁ ମଧ୍ୟ ମିଳିଲା ବଡ଼ ଅଫର

ନୁଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳ ଗତ କିଛି ବର୍ଷ ହେବ ଭଲ ପ୍ରଦର୍ଶନ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି । ନିକଟରେ ଭାରତୀୟ ଟିମ୍ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଏବଂ ନବମ ଥର ପାଇଁ ସାଫ୍ କପ୍ ଜିତିବା ପରେ ବଡ଼ ବଡ଼ ବ୍ରାଣ୍ଡ କମ୍ପାନୀ ଗୁଡ଼ିକ ସାଇନ୍ କରିବା ପାଇଁ ଷ୍ଟାର୍ ଫୁଟବଲର ତଥା ଭାରତୀୟ ଦଳର ଅଧିନାୟକ ସୁନିଲ ଛେତ୍ରୀଙ୍କ ପଛରେ ଲାଇନ୍ ଲଗାଇଛନ୍ତି । ଏହା ସହିତ ଏହି ବଡ଼ କମ୍ପାନୀମାନେ ବିନା କୌଣସି ମୁଲଚାଲ୍ ରେ ଦାବି ମୁତାବକ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ଛେତ୍ରୀ ବର୍ତ୍ତମାନ ୬ରୁ ୭ ଟି ବ୍ରାଣ୍ଡ ସହିତ ଚୁକ୍ତିବଦ୍ଧ ଥିବା ବେଳେ ଏହି ସଂଖ୍ୟା ୧୦-୧୫କୁ ବୃଦ୍ଧି ପାଇପାରେ । ତେବେ ଏହି ଅଫର ଗୁଡ଼ିକୁ ସୁନିଲ ଛେତ୍ରୀ ଗ୍ରହଣ କରିବା ଉପରେ ଏହା ନିର୍ଭର କରିବ ବୋଲି ତାଙ୍କ ମ୍ୟାନେଜର ବନ୍ଦନା ଛେତ୍ରୀ କହିଛନ୍ତି । ଛେତ୍ରୀ ଏବେ ପୁମା, ଏଢ଼୍‌ଏମସିଜି ଫାର୍ମ ପିଣ୍ଟୋଲା ଭଳି ବ୍ରାଣ୍ଡ ସହିତ ରହିଛନ୍ତି ।

ବନ୍ଦନା କହିଛନ୍ତି ଯେ, ସାଫ୍ ଚାମ୍ପିଅନସିପ୍ ପରେ ବ୍ରାଣ୍ଡ ଚୁକ୍ତି ପାଇଁ ଯୋଗାଯୋଗ ବୃଦ୍ଧି ପାଇଛି, କିନ୍ତୁ ସୁନିଲ କୋଣସି ବ୍ରାଣ୍ଡ ସହିତ ଚୁକ୍ତି କରିବା ପୁର୍ବରୁ ବହୁତ ଚିନ୍ତା କରିଥାନ୍ତି । କିଛି ଖାଦ୍ୟ ଏବଂ ପାନୀୟ ବ୍ରାଣ୍ଡ ଅଛି ଯେଉଁ ମାନଙ୍କ ସହିତ ଛେତ୍ରୀ ପୁର୍ବରୁ ଚୁକ୍ତି କରିବାକୁ ମନା କରିସାରିଛନ୍ତି । ଏକ ବୃହତ କମ୍ପାନୀ ଅଟେ । ଆହୁରି ମଧ୍ୟ, ସେ ପ୍ରୋଟିନ୍ ଏବଂ ସପ୍ଲିମେଣ୍ଟ ବ୍ରାଣ୍ଡକୁ ସମର୍ଥନ କରନ୍ତି ନାହିଁ । ତେଣୁ, ଅନେକ ବ୍ରାଣ୍ଡ ବାତିଲ ହୋଇଯାଏ । କିନ୍ତୁ ସାଫ୍ ଚାମ୍ପିଅନସିପ୍ ପରେ, ଯେଉଁ ବ୍ରାଣ୍ଡଗୁଡିକ ଆମେ ନା କହିଥିଲୁ ସେମାନେ ପୁଣି ପ୍ରସ୍ତାବ ଦେଇଛନ୍ତି ବୋଲି ସୁନୀଲ ଛତ୍ରୀଙ୍କ ପ୍ରତିନିଧିତ୍ୱ କରୁଥିବା କ୍ରୀଡ଼ା ପରାମର୍ଶଦାତା ଫେୟାରପ୍ଲେ ସ୍ପୋର୍ଟସର ସହ-ପ୍ରତିଷ୍ଠାତା ବାନ୍ଦନା ଛେତ୍ରୀ କହିଛନ୍ତି ।

ସେହିଭଳି ଅନ୍ୟ ଫୁଟବଲଙ୍କ ପାଇଁ ମଧ୍ୟ ବଡ଼ ଅଫର ସବୁ ଆସିଥିବା ବନ୍ଦନା କହିଛନ୍ତି । ଗୁରୁପ୍ରୀତ ସିଂ ସାନ୍ଧୁ, ସାନ୍ଦେଶ ଝିଙ୍ଗାନ୍ ଏବଂ ଅନିରୁଦ୍ଧ ଥାପାଙ୍କ ପାଇଁ ମଧ୍ୟ ଅନେକ ଭଲ ଅଫର ଆସିଛି । ଏବଂ ପାରିଶ୍ରମିକ ପାଇଁ ମଧ୍ୟ କୌଣସି ମୁଲଚାଲ ନଥିବା ସେ କହିଛନ୍ତି ।

ତେବ ନୁଆ ଚୁକ୍ତି କରିବାକୁ ଚାହୁଁଥିବା କମ୍ପାନୀ ଗୁଡ଼ିକ ମଧ୍ୟରେ ଗୋଟିଏ ସ୍ମାର୍ଟ ବାଚ୍‌, ମୋବାଇଲ୍ ଫୋନ୍ କମ୍ପାନୀ ଏବଂ ଏକ ଲ୍ୟାପ ଟପ୍ କମ୍ପାନୀ ମଧ୍ୟ ଏହି ତାଲିକାରେ ରହିଛନ୍ତି । ଏହି ସବୁ ବଡ଼ ବ୍ରାଣ୍ଡ ସହିତ ଚୁକ୍ତି କଲେ ସୁନିଲ ପ୍ରାୟ ୧୦-୧୫ କମ୍ପାନୀର ବ୍ରାଣ୍ଡ ପାଇଁ ଚୁକ୍ତିବଦ୍ଧ ହେବେ । ସୁନିଲ ବର୍ତ୍ତମାନ କୌଣସି ବ୍ରାଣ୍ଡ ସହିତ ଚୁକ୍ତି କରିବା ପାଇଁ ୧ କୋଟି ଟଙ୍କା ନେଉଛନ୍ତି । ଯାହା ସମୟ ସମୟରେ ହ୍ରାସ/ବୃଦ୍ଧି ହୋଇଥାଏ ।

ସାଫ୍ ଚାମ୍ପିଅନସିପ୍ ସମୟରେ ସୁନିଲଙ୍କ ସୋସିଆଲ ମିଡିଆ ଅନୁସରଣ ସଂଖ୍ୟା ୪.୮ ମିଲିୟନରୁ ୫.୭ ମିଲିୟନକୁ ବୃଦ୍ଧି ପାଇଥିଲା । ଆଗାମୀ ୬ ମାସ ମଧ୍ୟରେ ଏହା ୬ ମିଲିୟନ ଛୁଇଁବାର ସମ୍ଭାବନା ରହିଛି । ଆଗକୁ ଭାରତୀୟ ଦଳ ଥାଇଲାଣ୍ଡରେ ହେବାକୁ ଥିବା କିଙ୍ଗ କପ୍‌ରେ ଭାଗ ନେବ । ଏହାପରେ ଏସିଆ କପ୍ ରହିଛି, ଯାହା ଜାନୁଆରୀ ୨୦୨୪ରେ ଦୋହାରେ ଖେଳାଯିବ । ଏହା ପୁର୍ବରୁ ଭାରତୀୟ ଦଳ ପାଇଁ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ରହିଛି । ଏହାପରେ ୨୦୨୪ ଏସିଆ କପ୍ ପ୍ରସ୍ତୁତୀ ପାଇଁ ଭାରତୀୟ ଫୁଟବଲ ଫେଡେରେସନ୍ ଆଉ କିଛି ଆନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବାକୁ ଚାହୁଁଛି ।

Get real time updates directly on you device, subscribe now.