fbpx

Video: ସୁଦାନରେ ବିନା ଆଲୋକରେ ବିମାନ ଅବତରଣ କଲେ ସାହସୀ IAF ପାଇଲଟ, ଆଶ୍ଚର୍ଯ୍ୟଜନକ ଅପରେସନରେ ୧୨୧ ଜଣ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ: ବୀରତ୍ୱ ଦେଖାଇଲେ ସାହାସୀ ଭାରତୀୟ ବାୟୁସେନା ପାଇଲଟ । ବିନା ଆଲୋକରେ ବିମାନ ଅବତରଣ କଲେ ଗୃହ ଯୁଦ୍ଧ ଚାଲିଥିବା ଆଫ୍ରୀକୀୟ ଦେଶ ସୁଦାନରେ । ସେଠାରେ ଫସିଥିବା ଭାରତୀୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ‘ଅପରେସନ୍ କାବେରୀ’ ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନା ଏବଂ ନୌସେନା ଏପର୍ଯ୍ୟନ୍ତ ୧୩୬୦ ଜଣ ନାଗାରୀକଙ୍କୁ ସ୍ୱଦେଶ ଫେରାଇ ଆଣିଛନ୍ତି।

In Daring Op, Air Force Pilots Use Night Vision Goggles To Land In Sudan

ଏହାରି ମଧ୍ୟରେ ଭାରତୀୟ ବାୟୁସେନା ସୁଦାନରେ ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛି । ଭାରତୀୟ ବାୟୁସେନା ଶୁକ୍ରବାର ଦିନ ସୁଦାନର ସୟଦନା ଆର୍ମି ବିମାନବନ୍ଦରର ରନୱେରେ ହର୍କ୍ୟୁଲସ୍ ପରିବହନ ବିମାନ ଅବତରଣ କରିଛି । ଏହି ସମୟ ମଧ୍ୟରେ ବାୟୁସେନା ଦଳ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୨୧ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଛନ୍ତି ।

ରିପୋର୍ଟ ମୁତାବକ ଏହି ରନୱେରେ ନାଭିଗେସନ୍ ପାଇଁ କୌଣସି ସପୋର୍ଟ ନଥିଲା । ଆଲୋକ ମଧ୍ୟ ନଥିଲା । ଇନ୍ଧନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନଥିଲା । ଏହି ଉଦ୍ଧାର କାର୍ଯ୍ୟ ସମୟରେ ବାୟୁସେନା ପାଇଲଟମାନେ ନାଇଟ୍ ଭିଜନ୍ ଗଗଲ୍ ବ୍ୟବହାର କରିଥିଲେ ।

 

ଖବର ଅନୁଯାୟୀ, ୨୭ ଏପ୍ରିଲ ୨୦୨୩ ରାତିରେ କରାଯାଇଥିବା ଏକ ସାହସିକ ଅପରେସନରେ ଭାରତୀୟ ବାୟୁସେନାର ଏକ ସି-୧୩୦ଜେ ବିମାନ ୱାଡି ସୟିଦନାରେ ଥିବା ଏକ ଛୋଟ ଏୟାରଷ୍ଟ୍ରିପରୁ ୧୨୧ ଜଣଙ୍କୁ ଉଦ୍ଧାର କରିଥିଲା । ଏହି ଲୋକମାନଙ୍କର ସୁଦାନ ବନ୍ଦରରେ ପହଞ୍ଚିବା ପାଇଁ କୌଣସି ମାଧ୍ୟମ ନଥିଲା । ତେବେ ଏହି ଭାରତୀୟ ମାନଙ୍କୁ ଏୟାରଷ୍ଟ୍ରୀପ୍ ପର୍ଯ୍ୟନ୍ତ ଆଣିବାରେ ଭାରତୀୟ ଦୂତାବାସର ଜଣେ ଅଧିକାରୀ ଏହି ଦଳର ନେତୃତ୍ୱ ନେଇଥିଲେ । ଏହି ଦଳର ଲୋକମାନେ ସୟେଦନାରେ ଏୟାରଷ୍ଟ୍ରିପରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତୀୟ ବାୟୁସେନା ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ ।

ତେବେ ସୁଦାନରେ ଫସିଥିବା ଭାରତୀୟ ମାନଙ୍କୁ ଉଦ୍ଧାର କରବିା ପାଇଁ ଅପରେସନ୍ କାବେରୀ ଆରମ୍ଭ କରାଯାଇଛି । ଏହି ଅପରେସନ୍‌ରେ ନୌସେନା ଜାହାଜ ଆଇଏନ୍‌ଏସ୍ ସୁମେଧା, ତେଗ, ତରକଶ ଏବଂ ଭାରତୀୟ ବାୟୁସେନାର ସି-୧୩୦ ଜେ ଏବଂ ସି-୧୭ ସାହାଯ୍ୟରେ କରାଯାଉଛି ।

Get real time updates directly on you device, subscribe now.