fbpx

ଦ୍ରୁତ ପବନର ଝଟକା ମଝି ଆକାଶରେ ଖୋଲିଦେଲା ବିମାନର ଦ୍ୱାର, ସ୍ତବ୍ଧ ହୋଇଗଲେ ବିମାନର ଯାତ୍ରୀ

ନୂଆଦିଲ୍ଲୀ:ମଝି ଆକାଶରେ ଆପଣ ବିମାନରେ ଯାତ୍ରା କରୁଥିବେ ଆଉ ଅଚାନକ ବିମାନର ଦ୍ୱାର ଖୋଲିଯିବ । ଚିନ୍ତା କରନ୍ତୁ କ’ଣ ହେବ ଆପଣଙ୍କ ଅବସ୍ଥା । ଏହିପରି ଏକ ଭୟାନକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଭରପୁର ଯାତ୍ରୀଙ୍କୁ ଧରି ମଝି ଆକାଶରେ ଉଡୁଥିବା ଏକ ବିମାନର ଦ୍ୱାର ପବନରେ ଖୋଲି ଯାଉଛି ଓ ବିମାନ ମଧ୍ୟକୁ ପବନ ପଶି ଯାଉଛି । ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହା ଏକ ଭୟାନକ ଦୁର୍ଘଟଣାର କାରଣ ହୋଇପାରିଥାନ୍ତା ।

ବ୍ରାଜିଲରୁ ଏପରି ଏକ ଭୟାନକ ଚିତ୍ର ସାମନାକୁ ଆସିଛି । ଏଠାରେ ଏକ ବିମାନର କାର୍ଗୋ ଦ୍ୱାର ମଝି ଆକାଶରେ ହଠାତ୍ ଖୋଲି ଯାଇଛି । ଏହି ଭିଡିଓକୁ ବିମାନର ଜଣେ ଯାତ୍ରୀ ରେକର୍ଡ କରି ଅନଲାଇନ୍ରେ ସେୟାର କରିବା ପରେ ଏବେ ଏହା ଭାଇରାଲ୍ ହେବାରେ ଲାଗିଛି ।

୧୨ ଜୁନ୍ ରେ ଏହି ବିମାନ ସାଓ ଲୁଇସ୍ ରୁ ସାଲଭାଡୋର ଯାଉଥିଲା । ଅଚାନକ ପବନର ଏକ ଦ୍ରୁତ ଝଟକା ଆସି ବିମାନର ଦ୍ୱାର ଖୋଲି ଦେଇଥିଲା । ବିମାନ ମଧ୍ୟରେ ପବନ ପଶିଯିବା ସହ ବାଦଲର ଚିତ୍ର ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏହା ବହୁତ ବିପଦପୂର୍ଣ୍ଣ ଥିଲା । ଭିଡିଓଟିକୁ ଦେଖିଲା ପରେ ଲାଗୁଛି ଏହା ଆଗକୁ ବାଲାନ୍ସ ଫେଲ୍ ହୋଇ ଯେପରି କ୍ରାସ୍ ହୋଇଥିବ । ଏହି ବିମାନରେ ବ୍ରାଜିଲର ବହୁ ସୁନାମଧନ୍ୟ ଗାୟକ ଓ ଗୀତିକାର ଯାତ୍ରା କରୁଥିଲେ । ତେବେ ଫ୍ଲାଇଟ୍ ଟି ସାଓ ଲୁଇସ୍ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଥିବା ଜଣାପଡିଛି ।

 

Get real time updates directly on you device, subscribe now.