fbpx
BJD SKY
BJD SKY

ଧରାପଡ଼ିଗଲା ଫେମସ୍ ଗାୟକଙ୍କ ରାସଲୀଳା: ପତ୍ନୀଙ୍କ ଠାରୁ ଲୁଚିବା ସମୟରେ ବାଲକୋନିରୁ ପଡ଼ି ପ୍ରାଣ ହରାଇଲେ ଏମସି କେଭିନ

BJD

ବ୍ରାସିଲିଆ: ଚୋରା ପୀରତିର ମଜା ଯିଏ ଥରେ ପାଇଛି, ସିଏ ସାରା ଜୀବନ ତାହାକୁ କଦାପି ଭୁଲି ପାରିବ ନାହିଁ । ମାତ୍ର ଅନେକ ସମୟରେ ଏହି ପୀରତି ପୁରୁଷ ହେଉ ବା ନାରୀଙ୍କର ଜୀବନ ହାନୀର କାରଣ ମଧ୍ୟ ସାଜିଥାଏ । ଏଭଳି ଏକ ଘଟଣା ଘଟିଛି ପ୍ରସିଦ୍ଧ ବ୍ରାଜିଲିଆନ୍ ଗାୟକ ଏମସି କେଭିନଙ୍କ ସହ । ତିନିଜଣଙ୍କ ସହ ରାସଲୀଳା କରୁଥିଲେ କେଭିନ । ମାତ୍ର ଠିକଣା ସମୟରେ ନିଜ ପତ୍ନୀ ସେଠାରେ ପହଞ୍ଚିଯିବା ଫଳରେ କେଭିନ ନିଜକୁ ଲୁଚାଇବା ସମୟରେ ହୋଟେଲର ବାଲକୋନିରୁ ଦୁର୍ଭାଗ୍ୟବଶତଃ ପଡ଼ିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ହୋଟେଲ ରୁମରେ ୨୬ ବର୍ଷୀୟା ମଡେଲ ବିୟାନକା ଡୋମିଙ୍ଗସ, ଜଣେ ୨୩ ବର୍ଷୀୟ କଳାକାର ଭିକ୍ଟର ଫୋଣ୍ଟେନେଲେ ଓ କେଭିନ ପରସ୍ପର ସହ ରୋମାନ୍ସରେ ମଗ୍ନ ରହିଥିଲେ । ଡୋମିଙ୍ଗସଙ୍କୁ କେଭିନଙ୍କ ସହ ପେଡ୍ ସେକ୍ସ ପାଇଁ ଫୋଣ୍ଟେନେଲେ ଅଫର ଦେଇଥିଲେ । କିନ୍ତୁ ଏହି ସେକ୍ସ କଥାକୁ କେଭିନଙ୍କ ପତ୍ନୀ ତଥା କ୍ରିମିନାଲ ଲୟାର ଡିଓଲାନେ ବେଜେରାଙ୍କ ଠାରୁ ଗୁପ୍ତ ରଖିବାକୁ ସର୍ତ୍ତ ରହିଥିଲା । ମାତ୍ର ଦୁଇ ସପ୍ତାହ ପୂର୍ବରୁ କେଭିନ ଓ ଡିଓଲାନେ ବିବାହ କରିଥିଲେ । କେଭିନ ଫୋଣ୍ଟେନେଲେଙ୍କ ସହ ସେକ୍ସ କରିବାକୁ ଚାହୁଁନଥିଲେ । ମାତ୍ର ମୋଟା ଅଙ୍କର ଅର୍ଥ ଲୋଭରେ ରାଜି ହୋଇଯାଇଥିଲେ । ଉକ୍ତ ହୋଟେଲରେ ଏକ ରୁମରେ କେଭିନଙ୍କ ପତ୍ନୀ ରହୁଥିଲେ । ତେବେ କେଭିନଙ୍କ ପତ୍ନୀ ଡିଓଲାନେ କେଭିନଙ୍କୁ ଖୋଜୁଛନ୍ତି ବୋଲି ସୁରକ୍ଷାକର୍ମୀ କହିଥିଲେ । ଫଳରେ କେଭିନ ତରତରରେ ନିଜକୁ ପତ୍ନୀଙ୍କ ଠାରୁ ନିଜକୁ ଲୁଚାଇବା ସମୟରେ ଏହି ଅଘଟଣ ଘଟିଥିଲା । କେଭିନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.