fbpx

ବନ୍ଦ ରୁମରୁ ଭିଣେଇ-ଶାଳୀଙ୍କ ଶବ ଉଦ୍ଧାର, ସ୍ତ୍ରୀକୁ ପଚାରିବାରୁ କହିଲେ ଦୁଇଜଣ ଗୋଟିଏ ରୁମରେ….

କୋଲକତା: ପଶ୍ଚିମବଙ୍ଗର ହାୱଡା ଜିଲ୍ଲାରୁ ଆଜି ଗୋଟିଏ ରୁମରୁ ଦୁଇଟି ଶବ ଉଦ୍ଧାର ହୋଇଛି । ଦୁଇଜଣ ସମ୍ପର୍କରେ ଭିଣେଇ-ଶାଳୀ ବୋଲି ଜଣାପଡିଛି । ଦୁଇ ମୃତକଙ୍କ ନାଁ ହେଲା ନିଶିଥ ରଞ୍ଜନ ମଣ୍ଡଳ(୭୦) ଏବଂ ଅନିତା ଘୋଷ(୬୦) । ମୃତ ଦେହରୁ ବାହାରୁଥିବା ଦୁର୍ଗନ୍ଧ କାରଣରୁ ସ୍ଥାନୀୟ ଲୋକଙ୍କୁ ସନ୍ଦେହ ହୋଇଥିଲା । ତାପରେ ସେମାନେ ପୋଲିସ୍ କୁ ଏନେଇ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କର ଶବ ଉଦ୍ଧାର କରି ପୋଷ୍ଟ ମର୍ଟମ୍ ପାଇଁ ପଠାଇଛି । ତେବେ ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

ସୁଚନା ଅନୁସାରେ, ସ୍ଥାନୀୟ ଲୋକମାନଙ୍କୁ ଆଜି ସକାଳ ସମୟରେ କୌଣସି ଏକ ସ୍ଥାନରୁ ଦୁର୍ଗନ୍ଧ ବାହାରୁଥିବା ଜାଣିପାରିଥିଲେଳ । ଏହାପରେ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେମାନେ ବହୁ ଖୋଜାଖୋଜି କରିବା ପରେ ଜାଣିପାରିଥିଲେ ଯେ, ସେହି ଅଞ୍ଚଳର ଏକ ଘରୁ ଏହି ଦୁର୍ଗନ୍ଧ ଆସୁଛି । ଏହାପରେ ସେମାନେ ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ୍ ସେଠାରେ ପହଞ୍ଚିବା ପରେ କବାଟ ଭାଙ୍ଗି ଦେଖିବା ବେଳକୁ ଦୁଇଟି ଶବ ବେଡ୍ ଉପରେ ପଡିଥିଲା । ତାପରେ ମୃତ ନିଶିଥଙ୍କ ପତ୍ନୀଙ୍କୁ ପଚରାଉଚରା କରିବାରୁ ସେ କହିଥିଲେ ଯେ, ଦୁଇ ଜଣ ଏକାଠି ଶୋଇଥିଲେ । ଏହାପରେ ପୋଲିସ୍ ଶବ ଦୁଇଟିକୁ ଉଦ୍ଧାର କରି ପୋଷ୍ଟମର୍ଟମ କରିବାକୁ ପଠାଇଛି । ପୋଷ୍ଟ ମର୍ଟମ ରିପୋର୍ଟରୁ ହିଁ ମୃତ୍ୟୁର ଅସଲ କାରଣ ଜଣାପଡିବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.