fbpx

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଉପରେ କଟକଣା ଲଗାଇଲେ ବ୍ରାଜିଲ ସୁପ୍ରିମ୍ କୋର୍ଟ; ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର)କୁ ନିଷିଦ୍ଧ କରିଛି ବ୍ରାଜିଲ । ବ୍ରାଜିଲର ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ପଦକ୍ଷେପ ନିଆଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବ୍ରାଜିଲରେ ତାଙ୍କର ଆଇନଗତ ପ୍ରତିନିଧି ନିଯୁକ୍ତ କରିବାରେ ବିଫଳ ହୋଇଥିଲା ଏକ୍ସ । ଆଲେକ୍ଜାଣ୍ଡେ ଡି ମୋରାସ୍ ଏକ୍ସଙ୍କୁ “ତୁରନ୍ତ ଏବଂ ସମ୍ପୂର୍ଣ୍ଣ ନିଲମ୍ବନ” କରିବାକୁ ଆଦେଶ ଦେଇଛନ୍ତି ଯେ ପର୍ଯ୍ୟନ୍ତ ସେ ଅଦାଲତର ସମସ୍ତ ଆଦେଶ ପାଳନ କରନ୍ତି ନାହିଁ ଏବଂ ନିର୍ଦ୍ଧାରିତ ଜରିମାନା ପୈଠ କରନ୍ତି ନାହିଁ ।

ଦେଖିବାକୁ ଗଲେ ଏହି ମାମଲା ଚଳିତ ବର୍ଷ ଏପ୍ରିଲମାସରେ ଆରମ୍ଭ ହୋଇଥିଲା, ଯେତେବେଳେ ବିଚାରପତିମାନେ ମିଥ୍ୟା ସୂଚନା ପ୍ରସାରଣ ପାଇଁ ୧୨ରୁ ଅଧିକ ଏକ୍ସ ଆକାଉଣ୍ଟକୁ ନିଷିଦ୍ଧ କରିଥିଲେ । ସେପଟେ ଏହି ଆଦେଶ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏକ୍ସର ମାଲିକ ଏଲନ୍ ମସ୍କ କହିଛନ୍ତି ଯେ ବାକ୍ ସ୍ୱାଧୀନତା ଯେକୌଣସି ଗଣତନ୍ତ୍ରର ଆଧାର ଏବଂ ବ୍ରାଜିଲର ବିଚାରପତିମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇନାହାନ୍ତି, ସେମାନେ ରାଜନୈତିକ ଚାପରେ ଏହାକୁ ନଷ୍ଟ କରୁଛନ୍ତି ।

Get real time updates directly on you device, subscribe now.