ଗୋଟିଏ ପଟେ ଭାଷଣ ଅନ୍ୟପଟେ ଜଳଖିଆ ଲୁଟ: ଉଦଘାଟନୀ କାର୍ଯ୍ୟକ୍ରମରେ ଜଳଖିଆ ଲୁଟ ଭିଡିଓ ଭାଇରାଲ

ବିହାର : ଆରାରେ LJP (ରାମବିଳାଶ)ର ରାଷ୍ଟ୍ରିୟ ଅଧକ୍ଷ ଚିରାଗ ପାସୱାନ ଶୁକ୍ରବାର ଏକ ଇଲେକ୍ଟ୍ରୋନିକ ମଲର ଉଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କିନ୍ତୁ ସେଠାରେ ଲୋକମାନେ କାର୍ଯ୍ୟକମ କମ ଏବଂ ଜଳଖିଆ ଖାଇବା ପାଇଁ ସେଠାରେ ଗହଳି କରିଥିଲେ । ଏଠାରେ ଦେଖିବାକୁ ମିଳିଥିଲା ଜଳଖିଆ ଲୁଟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଫେସବୁକ ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡିଓଟି ଆରା କୋଇଲୱର ଅଞ୍ଚଳର । କୋଇଲୱର ବଜାରରେ ଏକ ଇଲେକ୍ଟ୍ରୋନିକ ଦୋକାନର ଉଦଘାଟନ କରିବାକୁ ଲେଜପା ପାର୍ଟିର ରାଷ୍ଟ୍ରିୟ ଅଧକ୍ଷ ଚିରାଗ ପାସୱାନ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ମଲର ସଞ୍ଚାଳକଙ୍କ ବନ୍ଧୁ ଏବଂ ଚିରାଗ ପାସୱାନଙ୍କ ସମର୍ଥକ ପହଞ୍ଚିଥିଲେ ।

ଏହା ମଧ୍ୟରେ ଦେଖିବାକୁ ମିଳିଥିଲା ଯେତେବେଳେ ଚିରାଗ ପାସୱାନ ଭାଷଣ ଦେଉଥିଲେ ସେତେବେଳେ ଜଳଖିଆ ପ୍ୟାକେଟ ବଣ୍ଟା ଯାଉଥିଲା । କିନ୍ତୁ ଜଳଖିଆ ପ୍ୟାକେଟ ଦେଖିବା ପରେ ଲୋକମାନେ ସେଠାରେ ଗହଳି କରିବା ସହିତ ଯିଏ ଯେତେ ପରିମାଣର ଚାହିଁଲା ଜଳଖିଆ ନେବାରେ ବ୍ୟସ୍ତ ରହିଲେ । ଏଠାରେ ଲୋକମାନେ ଜଳଖିଆ ଲୁଟ କରିବାରେ ଲାଗିଲେ ।

ଏହା ପରେ କାର୍ଯ୍ୟକ୍ରମକୁ ଶିଘ୍ର ଶେଷ କରାଗଲା ଏବଂ ଚିରାଗଙ୍କ ପାଟଣା ପଠାଗଲା । କିନ୍ତୁ ଏହାରି ମଧ୍ୟରେ କିଛି ସାଧାରଣ ଲୋକ ଏବଂ ସାମ୍ବାଦିକମାନେ ଏହାର ଭିଡିଓ କରିଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓକୁ ଲୋକମାନେ ନିଜ ନିଜ ବ୍ୟକ୍ତିଗତ ପେଜରେ ସେୟାର କରି ଅନେକ କଥା କହିଛନ୍ତି । ଏହି ଗହଳି ମଧ୍ୟରେ ଅନେକ ଲୋକଙ୍କ ପକେଟମାର ହୋଇଥିବା ଖବର ମଧ୍ୟ ମିଳିଛି । ଏପଟେ ଜଳଖିଆ ଲୁଟ ହେଉଥିବା ଦେଖିବାକୁ ମିଳିଥିଲା ଅନ୍ୟପଟେ ଚିରାଗ ଭାଷଣ ଦେଉଥିଲେ ଏହି ଇଲେକ୍ଟ୍ରୋନିକ ମଲ ବିହାରରେ ପ୍ରଥମ ଥର ଖୋଲିଛି ଆଉ ଏହାକୁ ଆଗକୁ ନେବା ଆମର କର୍ତ୍ତବ୍ୟ ।