ଭୁବନେଶ୍ୱର- ବାତ୍ୟା ଝଡରେ ଉତ୍ତର ଓ ଉତ୍ତର ପୂର୍ବ ଓଡିଶା ବହୁତ କ୍ଷତିଗ୍ରସ୍ତ ହୋଇଛି । ଏହି କ୍ଷୟକ୍ଷତିର ଆକଳନ କରିବାକୁ ୨୪ତାରିଖରେ ଆସିବେ କେନ୍ଦ୍ରୀୟ ଟିମ । ଟିମ ଓଡିଶାରେ ୨୪ରେ ପହଞ୍ଚିବା ପରେ ଅନୁଧ୍ୟାନ କରିବେ ବୋଲି ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ପୂଜାରୀ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି, ବାତ୍ୟ ଦାନାର କ୍ଷୟକ୍ଷତି ଆକଳନ କରିବାକୁ ଆସନ୍ତା ୨୪ରେ ୭ ଜଣିଆ କେନ୍ଦ୍ରୀୟ ଟିମ ଆସି ଭୁବନେଶ୍ୱରରେ ପହଞ୍ଚିବେ । ଏହି ଟିମ ଗୃହ ବିଭାଗର ଯୁଗ୍ମ ସଚିବ ପି କେ ରାୟଙ୍କ ନେତୃତ୍ୱରେ କ୍ଷତିର ଅନୁଧ୍ୟାନ କରିବେ । ଟିମ ଏହା ପରେ ୨୬ ତାରିଖ ଯାଏ ଟିମ ବାତ୍ୟା ପ୍ରଭାବିତ ଜିଲ୍ଲାରେ ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ଟିମ ଭୁବନେଶ୍ୱର ଫେରିବ । ଭୁବନେଶ୍ୱରରେ ସେହି ଦିନ ଅଧିକାରୀଙ୍କ ସହ ଆଲୋଚନା ହେବ । ଏହା ପରେ ଟିମ ୨୭ରେ ଦିଲ୍ଲୀ ଫେରିଯିବେ ।
ଟିମ ଯିବା ପରେ ଖୁବ ଶୀଘ୍ର ବାତ୍ୟା ଦାନରେ ପ୍ରଭାବିତ ଲୋକଙ୍କୁ ସେମାନଙ୍କ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ପୂଜାରୀ ।