fbpx

(Breaking) ନକ୍ସଲ ଦମନ ପାଇଁ କେନ୍ଦ୍ରର ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସରିଲା ନକ୍ସଲ ଦମନ ବୈଠକ ।ବୈଠକରେ ସାମିଲ ହୋଇଥିବା ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାଗିଲେ ଅଧିକ ଫୋର୍ସ ସହ ହେଲିକପ୍ଟର । ବୈଠକ ପରେ ମାଝୀ କହିଛନ୍ତ. ଆସନ୍ତା ୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବାର ଲକ୍ଷ୍ୟ ରଖ।।ଇଛି । ତେବେ ଛତିଶଗଡରେ ନକ୍ସଲ ଦମନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ପରେ ରାଜ୍ୟ ନକ୍ସଲ ଦମନକୁ ଅଧିକ ତ୍ୱରାନ୍ୱିତ କରିବାକୁ ଯାଉଛି ।

ଛତିଶଗଡରୁ ବହୁ ନକ୍ସଲ ରାଜ୍ୟକୁ ଅନୁପ୍ରବେଶ କରିବା ସମ୍ଭାବନା ରହିଛି । ମୁଖ୍ୟତଃ ରାୟଗଡା, ମାଲକାନଗିରି, କନ୍ଧମାଳକୁ ହାଇ ଆଲର୍ଟରେ ରହିବାକୁ ହେବ । ଏହି ନକ୍ସଲ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ସହଯୋଗ ଲୋଡିଛନ୍ତି । ମାଓ ବିରୋଧୀ ଅପରେସନକୁ ତ୍ୱରାନ୍ୱିତ କରିବାକୁ ଆଉ ୧୨ ପ୍ଲାଟୁନ ଫୋର୍ସ ସହ ଏକ ହେଲିକପ୍ଟର ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜିର ବୈଠକରେ ଶାହା କହିଛନ୍ତି, ଚଳିତ ବର୍ଷ ଆରମ୍ଭରୁ ଏଯାଏଁ ୧୯୪ ନକ୍ସଲ ମଲେଣି, ୮୦୧ଙ୍କୁ ଗିରଫ କରାଯାଇଛି ଓ ୭୪୨ ନକ୍ସଲ ଆତ୍ମସମର୍ପଣ କଲେଣି । ଏହି ବୈଠକରେ ଶାହା ନକ୍ସଲ ସହ ଜଡିତ ଯୁବକ, ଯୁବତୀଙ୍କୁ ହିଂସା ପଥ ଛାଡି ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ସେମାନେ ନକ୍ସଲିଜିମ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେ ସେମାନଙ୍କୁ ପାଇଁ ରାଜ୍ୟ ପକ୍ଷରୁ ଥଇଥାନ ବ୍ୟବସ୍ଥା କରାଯାଇଛି । ଏହି ସବୁର ଫାଇଦା ଉଠାଇବାକୁ ଶାହା ନକ୍ସଲଙ୍କୁ ଆହ୍ୱାନ ଦେଇଛନ୍ତି । ଏକ ଉନ୍ନତ ଓ ସମ୍ମାନଜନକ ଜୀବନ ଅତିବାହିତ କରିପାରିବେ ନକ୍ସଲ ବୋଲି କହିଛନ୍ତି ସାହା ।

Get real time updates directly on you device, subscribe now.