(Breaking) ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ, ବହୁ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ ଓଡିଶା । ମୋଦିଙ୍କର ରାଉରକେଲା ଗସ୍ତର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଆସିବେ । ଜନଜାତି ଗୌରବ ଦିବସ ଅବସରରେ ମୋଦି ରାଉରକେଲା ଆସିବେ । ସେଠାରେ ସେ ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ବଣ୍ଟନ କାର୍ଯ୍ୟର କରିବେ ଶୁଭାରମ୍ଭ ।
ଏହା ପରେ ୪୫୦ ପ୍ରାଥମିକ ସ୍କୁଲ ହଷ୍ଟେଲର ଭିତ୍ତି ପ୍ରସ୍ତର ସ୍ଥାପନ କରବେ । ସେହିପରି ଓଡିଆ ଅସ୍ମିତା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଦିନ ୧୧ଟାରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରୁ ହେଲିକପ୍ଟର ଯୋଗେ ରାଉରକେଲା ଯିବେ । ଏନେଇ ସୂଚନା ଦେଇଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ

Get real time updates directly on you device, subscribe now.