fbpx

ଅବକାରୀ ଅଫିସରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ପ୍ରୟାସ

ଓଡ଼ିଶା ଭାସ୍କର: ଅବକାରୀ ଅଫିସରେ ଅଗ୍ନିକାଣ୍ଡ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଅଫିସରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ପ୍ରୟାସ ଜାରି ରହିଛି। ଆଉ ସବୁଠୁ ବଡ଼ କଥା ହେଉଛି ଯେ, ଅଗ୍ନିକାଣ୍ଡସ୍ଥଳରେ ଦହନଶୀଳ ପଦାର୍ଥ ଥିବା କୁହାଯାଉଛି। ତେବେ ବର୍ତ୍ତମାନ ନିଆଁ ଲାଗିବା ଫଳରେ ୧୫ରୁ ଅଧିକ ବାଇକ ଜଳିଯାଇଥିବା ସୂଚନା ମିଳିଛି। ହେଲେ କେଉଁ କାରଣରୁ ଏଭଳି ଏକ ଅଗ୍ନିକାଣ୍ଡ ଘଟିଲା ସେ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ।

 

Get real time updates directly on you device, subscribe now.