fbpx
BJD SKY
BJD SKY

(Breaking) ପୁରୀ: ଜବତ ହେଲା କୋଟିଏ ଟଙ୍କାର ବ୍ରାଉନ୍ ସୁଗାର; ଡିଲ୍ ବେଳେ ମାଡ଼ିବସିଲା STF

BJD

ପୁରୀ: (ଓଡ଼ିଶା ଭାସ୍କର) କୋଟିଏ ଟଙ୍କାର ବ୍ରାଉନ୍ ସୁଗାର ଜବତ । ଡିଲ୍ ବେଳେ କେଜିଏରୁ ଊର୍ଦ୍ଧ୍ୱ ବ୍ରାଉନ୍ ସୁଗାର ଜବତ । ପୁରୀ ନିମାପଡ଼ାରୁ ଜଣଙ୍କୁ ଗିରଫ କଲା ଏସ୍‌ଟିଏଫ୍‌ । ରାଜ୍ୟରେ ଖୁଲମାଖୁଲା ଚାଲିଛି ବ୍ରାଉନସୁଗାର ବେପାର । ଯେତେ ଖୋଜିଲେ ବି ମାଷ୍ଟରମାଇଣ୍ଡର ଟେର ପାଉନି ପୋଲିସ । ଏହା ଭିତରେ ଆଜି ପୁଣି ପୁରୀ ନିମାପଡ଼ାରେ କୋଟିଏ ଟଙ୍କାର ଧଳାଜହର ଅର୍ଥାତ୍ ବ୍ରାଉନ୍ ସୁଗାର ଜବତ ହୋଇଛି । ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ୍ ଟମ୍ ।

ପୁରୀରୁ ଜବତ ହୋଇଛି କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଧଳାଜହର । ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଖବର ପାଇ ସେହି ଅଞ୍ଚଳରେ ଜଗି ରହିଥିଲେ । ଯୋଜନା କରି ସେମାନଙ୍କୁ ଧରିଲା ଏସଟିଏଫ ଟିମ୍ । ବତ ବ୍ରାଉନସୁଗାର ପ୍ରାୟ ୧ କେଜି ଓଜନର ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତର ପରିଚୟ ମିଳିପାରି ନାହିଁ । ତେବେ ଜବତ ବ୍ରାଉନସୁଗାର କେଉଁଠାରୁ ଆସିଥିଲା ଏବଂ ଏମାନେ କାହା ପାଖକୁ ନେଇ ଯାଉଥିଲେ । ତାର ଖୋଳତାଡ଼ କରୁଛି ଏସ୍ ଟି ଏଫ୍ ।

Get real time updates directly on you device, subscribe now.