fbpx

ଭାରତରେ ସବୁଠାରୁ ଅଧିକ ସୁନା କାହା ପାଖରେ? କିଏ ଏଠି ୨କୋଟି ୨୬ ଲକ୍ଷରୁ ଅଧିକ ସୁନାର ମାଲିକ

ନୂଆଦିଲ୍ଲୀ: ଆପଣ ଗୋବିନ୍ଦାଙ୍କ ଫିଲ୍ମ ହିରୋ ନଂ ୧ ର ଲୋକପ୍ରିୟ ଗୀତ ‘ସୋନା କିତନା ସୋନା ହୈ’ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ସବୁଠାରୁ ଅଧିକ ସୁନାର ମାଲିକ କିଏ? ୱାର୍ଲ୍ଡ ଗୋଲ୍ଡ କାଉନସିଲର ରିପୋର୍ଟ ଅନୁଯାୟୀ ଭାରତୀୟ ପରିବାର ନିକଟରେ ବିଶ୍ୱର ସବୁଠାରୁ ବୃହତ୍ତ ସୁନାର ଭଣ୍ଡାର ରହିଛି ।

ପିଢି ପରେ ପିଢି ଭାରତୀୟ ପରିବାରର ସୁନା ଭଣ୍ଡାର ବଢିବାରେ ଲାଗିଛି । ଭାରତୀୟ ପରମ୍ପରାରେ ବିବାହ ଜନ୍ମଦିନ ଆଦି ସମୟରେ ସୁନା ଦେବାର ପରମ୍ପରା ରହିଛି । ଏହି ପରିବାରର ମହିଳାଙ୍କୁ ବର୍ଷ ବର୍ଷ ଧରି ସୁନା ଉପହାର ବି ମିଳି ଆସୁଛି ଯାହା ଏମାନଙ୍କ ସୁନା ଭଣ୍ଡାରକୁ ଆହୁରି ବୃଦ୍ଧି କରିଛି । ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପରିବାର ନିକଟରେ ୨୫୦୦୦ଟନ୍‌(୨୨୬୭୯୬୧୮) ସୁନା ରହିଛି ।

ୱାର୍ଲ୍ଡ ଗୋଲ୍ଡ କାଉନସିଲ ନିର୍ଦ୍ଦେଶକ ସୋମାସୁନ୍ଦରମ୍ କହିଛନ୍ତି ୨୦୨୦-୨୧ରେ ଏକ ଅଧ୍ୟୟନ ଅନୁସାରେ ଏହି ସମୟରେ ଭାରତୀୟ ପରିବାର ନିକଟରେ ୨୧ରୁ ୨୩୦୦୦ଟନ୍ ସୁନା ଥିଲା । ଏବେ ଏହା ବୃଦ୍ଧି ପାଇ ପ୍ରାୟ ୨୪ରୁ ୨୫୦୦୦ଟନ୍‌ରେ ପହଞ୍ଚି ଯାଇଛି । ଏହି ସୁନା ଭାରତର ମୋଟ ଜିଡିପିର ପ୍ରାୟ ୪୦ ପ୍ରତିଶତ ପାଖାପାଖି ହେବ ।

ଅକ୍ସଫୋର୍ଡ ଗ୍ରୁପର ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ପରିବାର ନିକଟରେ ଏକାକୀ ପୁରା ବିଶ୍ୱର ୧୧ ପ୍ରତିଶତ ସୁନା ରହିଛି । ଏହା ଆମେରିକା, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ ଓ ଆଇଏମଏଫ୍‌ର ମୋଟ ସୁନା ଭଣ୍ଡାର ଠାରୁ ବହୁତ ଅଧିକ । ଏହା ତ ଗଲା ଭାରତର କଥା । ତେବେ ସାରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ କିଏ ରହିଛି ଜାଣିଛନ୍ତି କି? ଏହାର ଜବାବ ସାଉଦୀ ରାଜ ପରିବାର ।

ଗ୍ଲୋବାଲ ବୁଲିୟନ ସପ୍ଲାୟର ରିପୋର୍ଟ ଅନୁସାରେ ସାଉଦୀ ରାଜ ପରିବାର ୧୯୨୦ ଦଶକରେ ତେଲର ଆୟରୁ ବେଶ୍ ସୁନା କ୍ରୟ କରିଛନ୍ତି ଓ ଏବେ ସହସ୍ର ଟନ୍ ସୁନାର ମାଲିକ । କିନ୍ତୁ ଏହି ରାଜ ପରିବାର କେବେ ସ୍ପଷ୍ଟ କରିନାହାନ୍ତି କି ତାଙ୍କ ପାଖରେ କେତେ ସୁନା ରହିଛି । ଏହି ତାଲିକାରେ ୩ୟ ସ୍ଥାନରେ ରହିଛନ୍ତି ଆମେରିକା ନିବେଶକ ଜନ୍ ପଲସନ୍ । ଏକ ରିପୋର୍ଟ ଅନୁଯାୟୀ ପଲସନ୍ ସୁନାରେ ସବୁଠାରୁ ଅଧିକ ନିବେଶ କରିଛନ୍ତି । ଯେତେବେଳେ ସୁନାର ଦାମ୍ କମ୍ ଥିଲା ସେତେବେଳେ ସେ କେଇ ଟନ୍ ସୁନା କିଣିଛନ୍ତି । ୨୦୧୧ ଓ ୧୩ରେ ସୁନାର ଦର କମ୍ ଥିବା ବେଳେ ସେ ଏଥିରୁ ୫ ବିଲିୟନ ଡଲାର ଆୟ କରିଛନ୍ତି ।

ତେବେ କେଉଁ ଦେଶ ନିକଟରେ ସବୁଠାରୁ ଅଧିକ ସୁନା ଅଛି କହିଲେ ଏହି ତାଲିକାରେ ଆମେରିକା ଆଗରେ ରହିଛି । ଆମେରିକା ନିକଟରେ ୮୧୩୩.୫ ମେଟ୍ରିକ୍ ଟନ୍ ସୁନା ସଂରକ୍ଷିତ ରହିଛି । ଏହି ତାଲିକାରେ ଭାରତ ୯ମ ସ୍ଥାନରେ ରହିଛି । ଭାରତ ପାଖରେ ୮୦୬.୭ମେଟ୍ରିକ୍ ଟନ୍ ସୁନା ରହିଛି ।

Get real time updates directly on you device, subscribe now.