fbpx

Omicronର ପ୍ରଭାବ: ହ୍ରାସ ପାଇଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହା ବିଶ୍ୱ କମୋଡିଟି ବଜାରକୁ ଚହଲାଇ ଦେଇଛି । ଶେୟାର ବଜାରରୁ ଆରମ୍ଭ କରି କମୋଡିଟି ବଜାର ପର୍ଯ୍ୟନ୍ତ ସବୁକିଛି ନିମ୍ନମୁଖୀ । ବିଶ୍ଳେଷକଙ୍କ କହିବାନୁସାରେ, ଯଦି କରୋନାର ନୂଆ ଭାରିଆଣ୍ଟ ଯୋଗୁଁ ବିଶ୍ୱ ତୈଳ ଚାହିଦା ଖସେ ଏହାକୁ ସମ୍ଭାଳିବା କଷ୍ଟକର ହେବ । ଆଶଙ୍କା ମଧ୍ୟରେ ଶୁକ୍ରବାର ବ୍ରେଣ୍ଟ କ୍ରୁଡ ଦର ୧୧.୫୫% ଖସି ଯାଇଛି । ଏପ୍ରିଲ ୨୦୨୦ରୁ ଏହା ସର୍ବୋଚ୍ଚ ଦୈନିକ ହ୍ରାସ ।

ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ ଦର ୯.୫୦ ଡଲାର ହ୍ରାସ ପାଇ ୭୨.୭୨ ଡଲାରକୁ ଖସି ଆସିଛି । ସେହିଭଳି ଆମେରିକୀୟ ବେଞ୍ଚମାର୍କ ଡବ୍ଲୁ୍ୟଟିଆଇ କ୍ରୁଡ ବ୍ୟାରେଲ ପିଛା ୧୦.୨୪ ଡଲାର ଅର୍ଥାତ ୧୩.୦୬% ହ୍ରାସ ପାଇ ୬୮.୧୫ ଡଲାର ହୋଇଯାଇଛି । କିନ୍ତୁ ଏହାର କୌଣସି ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିନାହିଁ ।

Get real time updates directly on you device, subscribe now.