fbpx

ବ୍ରହ୍ମପୁର ଏମକେସିଜି ମେଡିକାଲର OPD ବନ୍ଦ

ବ୍ରହ୍ମପୁର, ୮/୭(ଓଡ଼ିଶା ଭାସ୍କର):ରାଜ୍ୟରେ ଏବେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । ରାଜ୍ୟର ସବୁଠାରୁ ଗଞ୍ଜାମ ଜିଲ୍ଳା କରୋନା ପାଇଁ ବେଶି ପ୍ରଭାବିତ ହୋଇଛି । ତେଣୁ ବ୍ରହ୍ମପୁର ଏମକେସିଜି ମେଡିକାଲର OPD ବନ୍ଦ କରାଯିବ। କେବଳ ଗୁରୁତର ରୋଗୀଙ୍କୁ OPDକୁ ଯିବାକୁ ଅନୁମତି ଦିଆଯିବ। କରୋନା ସଂକ୍ରମଣ ଦୃଷ୍ଟିରୁ ଗଂଜାମ ଜିଲ୍ଲାପାଳ ଏହିପରି ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ଫାଟକକୁ ଛାଡ଼ି ଅନ୍ୟ ସମସ୍ତ ପ୍ରବେଶ ପଥ ବନ୍ଦ କରାଯିବ। ରୋଗୀଙ୍କ ସହ କେବଳ ଜଣେ ସମ୍ପର୍କୀୟଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ।

ଏଥିସହିତ ଗତକାଲି ଜୁଲାଇ ୯ରୁ ୧୩ଯାଏଁ ଗଞ୍ଜାମର ସବୁ ସହରାଞ୍ଚଳ ସଟଡ଼ାଉନ ରହିବା ନେଇ ଘୋଷଣା ହୋଇଥିଲା । ୫ଟି ବ୍ଲକ ସଦର ମହକୁମା ଓ ୧୭ଟି ଏନଏସି ମଧ୍ୟ ସଟଡାଉନ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.