fbpx
BJD
BJD SKY
BJD SKY

ଅଧା ରହିଗଲା ବାହା ହେବା ଇଚ୍ଛା, ଏୟାରପୋର୍ଟରୁ ହିଁ ଗାଏବ ହୋଇଗଲା କନ୍ୟା

ଆପଣ ଅନେକ ସମୟରେ ଏଭଳି ଖବର ଶୁଣିଥିବେ ଯେ, କନ୍ୟା ବିବାହ ପରେ ଘରେ କଳାକନା ବୁଲାଇଦେଇଛି । କିମ୍ବା ଖରୁ ସବୁ ଲୁଟି ନେଇ ଫେରାର ହୋଇଯାଇଛି । କିନ୍ତୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ବିବାହ ପରେ ନୁହେଁ ବରଂ ବିବାହ କରିବାକୁ ଯାଉଥିବା ସମୟରେ ହିଁ କଳାକନା ବୁଲାଇଦେଇଛି କନ୍ୟା ।

ମାମଲା ବ୍ରିଟେନର, ବରର ବୟସ ୩୦ ରୁ ୪୦ ବର୍ଷ ବୋଲି କୁହାଯାଉଛି । ସୂଚନା ଅନୂଯାୟୀ ଦମ୍ପତ୍ତି ଗୋଟିଏ ଦିନ ପୂର୍ବରୁ ନିର୍ବନ୍ଧ ସରିଥିଲା । ସେମାନେ ହୀଥ୍ରୋ ଏୟାରପୋର୍ଟର ଚେକ୍-ଇନ୍ ଷ୍ଟାଙ୍କୁ କହିଥିଲେ ଯେ ସେମାନେ ବିବାହ କରିବାକୁ ରୋମ୍ ଯାଉଛନ୍ତି । କିନ୍ତୁ ବିବାହ ପୂର୍ବରୁ ବରକୁ ଠକି ଫେରାର ହୋଇଗଲା କନ୍ୟା । ଏୟାରପୋର୍ଟରେ ବର ଆଖିରେ ଧୂଳି ଦେଇ କନ୍ୟା ପ୍ରାୟ ୫ ଲକ୍ଷ ଟଙ୍କା ଧରି ଫେରାର ହୋଇଗଲେ ।

ବିମାନ ପାଇଁ ପ୍ରତୀକ୍ଷା କରୁଥିବା ସମୟରେ ସବୁ ଜିନିଷ କନ୍ୟାଙ୍କ ପାଖରେ ଛାଡ଼ି ବର ଜଣକ ଟଏଲେଟ ଯାଇଥିଲେ । କିନ୍ତୁ ଯେତେବେଳେ ସେ ଫେରିଥିଲେ ସେତେବେଳେ କନ୍ୟା ଆଉ ସେଠାରେ ନଥିଲେ । ସେ ସବୁ ଜିନିଷ ଧରି ସେଠାରୁ ଗାଏବ ହୋଇଯାଇଥିଲେ । ଏହାପରେ ବ୍ୟକ୍ତି ଜଣକ ଏୟାରପୋର୍ଟଙ୍କ ଷ୍ଟାଫଙ୍କ ସହାୟତାରେ ମହିଳାଙ୍କୁ ଖୋଜିଥିଲେ କିନ୍ତୁ ସେ ମିଳିନଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

Get real time updates directly on you device, subscribe now.