fbpx

ପାକିସ୍ତାନୀଙ୍କ ମୁହଁରେ ଭାରତର ଜାତୀୟ ସଂଗୀତ: ସୁରିଲା ସ୍ୱରରେ ଭାରତୀୟଙ୍କୁ ଦେଲେ ଉପହାର

ନୂଆଦିଲ୍ଲୀ: ସଂଗୀତ କେବଳ ମନୋରଞ୍ଜନର ଏକ ମାଧ୍ୟମ । ଏଥିପାଇଁ କୌଣସି ସୀମା ନାହିଁ କି ନାହିଁ କୌଣସି ବାଧା । ନିଜ ସଂଗୀତ ଜରିଆରେ ୧୩ ନଈ ୭ ଦରିଆ ପାର ହୋଇ ଦେଶ ବିଦେଶରେ ପହଞ୍ଚିବାକୁ ଚାହିଁଥାଏ ଜଣେ ସଂଗୀତକାର । ଖାସ ଏଥିପାଇଁ ଭାରତର ଅନେକ ଗୀତ ପାକିସସ୍ତାନରେ ଏବଂ ପାକିସ୍ତାନର କିଛି ଗୀତ ଭାରତରେ ମଧ୍ୟ ଶୁଣିବାକୁ ମିଳିଥାଏ । ସେହିଭଳି ଜଣେ ପାକିସ୍ତାନୀ ସଂଗୀତକାର ସ୍ୱାଧୀନତା ଦିବସରେ କୋଟି କୋଟି ଭାରତୀୟଙ୍କୁ ଦେଇଛନ୍ତି ଏକ ବିରାଟ ଉପହାର । ଜାତୀୟ ସଂଗୀତ ‘ଜନ ଗଣ ମନ’କୁ ନିଜ ବାଦ୍ୟଯନ୍ତ୍ରରେ ସ୍ଥାନ ଦେଇଛନ୍ତି ପାକିସ୍ତାନର ଏହି କଳାକାର ।

ପାକିସ୍ତାନ ଏବଂ ଭାରତ ମଧ୍ୟରେ ଗତ ୭୬ ବର୍ଷରୁ ଏକ ତିକ୍ତତା ଲାଗି ରହିଛି । ତେଣୁ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ପରସ୍ପରର ଚିର ପ୍ରତିଦ୍ୱନ୍ଦୀ ପାଲଟି ଯାଇଛନ୍ତି । ତେବେ ଆଜି ଭାରତ ନିଜ ସ୍ୱଧୀନତର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନ କରୁଛି । ତେଣୁ ବିଭିନ୍ନ ମହଲରୁ ଦେଶ ଏବଂ ଦେଶବାସୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । କିନ୍ତୁ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ ମୁହଁରେ ଭାରତର ଜାତୀୟ ସଂଗୀତ ଶୁଣିବା ହୁଏତ ବିଶ୍ୱାସ କରିହେବ ନାହିଁ । କିନ୍ତୁ ଏହା ସତ ।

ନିଜ ବାଦ୍ୟଯନ୍ତ୍ରରେ ‘ଜନ ଗଣ ମନ’କୁ ବଜାଇ ଭାରତୀୟଙ୍କୁ ଏକ ସୁନ୍ଦର ଉପହାର ପ୍ରଦାନ କରିଛନ୍ତି । ସିଆଲ ଖାନ ଭାରତର ରାଷ୍ଟ୍ରଗାନ ବଜାଇବାର ଏକ ଭିଡିଓ ନିଜ ସୋସିଆଲ ମିଡିଆରେ ଜାରି କରିଛନ୍ତି । ପାହାଡ ଏବଂ ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରା ମନୋରମ ଦୃଶ୍ୟ ସହ ସେ ଏହି ହୃଦୟଛୁଆଁ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓ ଅପଲୋଡ କରିବା ସହ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ସୀମା ଏପାରିରୁ ମୋ ଦର୍ଶକମାନଙ୍କ ପାଇଁ ଏକ ଛୋଟ ଗିଫ୍ଟ’ । ଏହାସହ ଭାରତକୁ ସ୍ୱତନ୍ତ୍ରତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ସିଆଲ ।

ଭିଡିଓ ଅପଲୋଡ ହେବା ପରେ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଟ୍ୱିଟରରେ ଏହି ଭିଡିଓକୁ ୮ ଲକ୍ଷର ଅଧିକ ଥର ଦେଖା ସରିଥିବା ବେଳେ ୫୦ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । ଉଭୟ ଦେଶର ଲୋକମାନେ ଏହାକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଏହା ସହିତ ସିଆଲଙ୍କର ଏହି ପ୍ରସ୍ତୁତିକୁ ଖୁବ ପ୍ରଶଂସା କରିଛନ୍ତି ଦର୍ଶକ ।

Get real time updates directly on you device, subscribe now.