fbpx
BSKY
BJD SHG SKY
BJD MC SKY

ବର୍ଷା କମିଛି ସତ, କିନ୍ତୁ ଏବେ ବି ରହିଛି ବନ୍ୟାର ଆଶଙ୍କା: ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପର ପ୍ରଭାବ । ଗତ କିଛି ଦିନରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆଜି ପାଗରେ ସାମାନ୍ୟ ସୁଧାର ଆସିଛି । ଆଜି ପ୍ରବଳ ବର୍ଷାରୁ ଟିକିଏ ନିସ୍ତାର ପାଇଛନ୍ତି ରାଜ୍ୟବାସୀ । ତେବେ ଏହା ମଧ୍ୟରେ ଭୁବନେଶ୍ବେର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଏକ ସତର୍କ ସୂଚନା ଜାରି କରାଯାଇଛି । ବର୍ଷା କମ୍ ହୋଇଥିଲେ ବି ଏବେ ବି ବନ୍ୟାର ଆଶଙ୍କା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଦାଉରୁ ଆଜି ସାମାନ୍ୟ ମୁକ୍ତି ପାଇଛନ୍ତି ଓଡିଶା ବାସୀ । ଲଗାଣ ବର୍ଷା ପରିବର୍ତ୍ତେ ଆଜି ପାଗ ଶୁଖିଲା ରହିଛି । ତେବେ ଆଗାମୀ ୨ ଦିନ ମଧ୍ୟ ପାଗ ଏମିତି ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଉଛି । ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ କମ୍ ରହିଛି । କିନ୍ତୁ ମହାନଦୀ ଉପରମୁଣ୍ଡ ଛତିଶଗଡର କିଛି ସ୍ଥାନରେ ବର୍ଷା ହୋଇଛି । ସେପଟେ ଆସନ୍ତା ୨ ଦିନ ବର୍ଷାର ପରିମାଣ କମିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହାପରେ ପୁଣିଥରେ ବଢିବ ଲଘୁଚାପର ପ୍ରଭାବ । ପୁଣିଥରେ ୧୮ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ବର୍ଷାର ପରିମାଣ କମିବାରୁ ହୀରାକୁଦରେ ମଧ୍ୟ ୮ଟି ଗେଟ ବନ୍ଦ କରି ଦିଆଯାଇଛି । ଏହାପୂର୍ବରୁ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା ।

Get real time updates directly on you device, subscribe now.