fbpx
BJD SKY
BJD SKY

(Video) ପ୍ରଦୀପ ପାଣିଗ୍ରାହୀଙ୍କ ପତାକା ଉତ୍ତୋଳନକୁ ବିରୋଧ: ଧସ୍ତାଧସ୍ତି ହେଲେ ବିଜେଡିକର୍ମୀ-ବିଧାୟକ

BJD

ଗଞ୍ଜାମ: ବିଧାୟକଙ୍କୁ ବିରୋଧ… ସ୍ୱାଧୀନତା ଦିବସ ପାଳନବେଳେ ନିଜ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମୀଙ୍କ ବିରୋଧ । ପ୍ରଦୀପଙ୍କୁ ବିରୋଧ ପ୍ରଦର୍ଶନ କରିବା ସହ ଠେଲାପେଲା କରିଥିଲେ ବିଜେଡି କର୍ମୀ ।

ସୂଚନା ଅନୂଯାୟୀ, ସ୍ୱାଧୀନତା ଦିବସ ପାଳନ ପାଇଁ ନିଜ ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକର କମଳାପୁର ଗାଁକୁ ଯାଇଥିବାବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କୁ ବିଜେଡିକର୍ମୀ ତୀବ୍ର ବିରୋଧ କରିଥିଲେ ।

ବିଜେଡି କର୍ମୀ ପ୍ରଦୀପ ପାଣିଗ୍ରାହୀଙ୍କୁ କଳା ପତାକା ପ୍ରଦର୍ଶନ କରି ବିରୋଧ କରିବା ସହ ଧସ୍ତାଧସ୍ତି କରିଥିଲେ । ତେବେ ଧସ୍ତାଧସ୍ତି ସତ୍ତ୍ୱେ ପ୍ରଦୀପ ପାଣିଗ୍ରାହୀ କମଳାପୁର ଗାଁ ରେ ପହଞ୍ଚି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

Get real time updates directly on you device, subscribe now.