fbpx

ସମୁଦ୍ରରେ ଭାସିଗଲେ ୨, ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର

ପୁରୀ: ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଗଲେ ୨ ଯୁବକ । ଦିଗବାରିଣୀ ଖୁଣ୍ଟ ନିକଟସ୍ଥ ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ୨ ଜଣ ନିଖୋଜ ହୋଇଯାଇଛନ୍ତି ।

ମିଳିଥିବା ସୂଚନା ଅନୂଯାୟୀ, ଦୁଇବନ୍ଧୁ ବୁଲିବାକୁ ଆସି ଏଠାରେ ଗାଧୋଉଥିଲେ ଏବଂ ଗାଧୋଇବା ସମୟରେ ହିଁ ଦୁଇ ବନ୍ଧୁ ବୁଡ଼ି ଯାଇଥିଲେ । ଦୁଇ ଜଣକ ପରିଚୟ ମିଳିଛି, ସେମାନେ ହେଲେ ରବି ସିଂ ଏବଂ ଅନ୍ୟ ଜଣେ ହେଉଛନ୍ତି ବିହାରର ସ୍ୱାଗତ ଚୌଧୁରୀ । ତେବେ ସ୍ୱାଗତ ଚୌଧୁରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ରବିଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିପାରିନାହିଁ ।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ଏଭଳି ଏକ ଘଟଣା ପଶ୍ଚିମବଙ୍ଗ ଦୀଘା ବେଳଭୂମିରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ଜଣେ ଖରାପ ପାଣିପାଗ ସତ୍ତେ୍ୱ ସମୁଦ୍ରକୁ ବୁଲିବାକୁ ଆସିଥିଲେ । ଆଉ ସମୁଦ୍ର ତାଙ୍କୁ ହିଁ ଟାଣିନେଇଥିଲା । ଅବଶ୍ୟ ସୌଭାଗ୍ୟବସତଃ ଯୁବକ ଜଣକ ରକ୍ଷା ପାଇଯାଇଥିଲେ ।

Get real time updates directly on you device, subscribe now.