fbpx

Stunt ଚକ୍କରରେ କୁମ୍ଭୀର ମୁହଁରେ ହାତ ପୂରାଇଦେଲେ ଯୁବକ, ଆଉ ତା’ ପରେ… ଦେଖନ୍ତୁ ଭିଡିଓ

ଦୁନିଆର କିଛି ଭୟଙ୍କର ଜୀବଜନ୍ତୁଙ୍କ ଭିତରେ କୁମ୍ଭୀରର ନାଁ ବହୁତ ଉପରେ ରହିଥାଏ । କୁମ୍ଭୀର ସହ ଖେଳିବାର ଅର୍ଥ ଜୀବନକୁ ବାଜି ଲଗାଇବା ସାଙ୍ଗରେ ସମାନ । ତେବେ ଥରେ ଚିନ୍ତା କରନ୍ତୁ ଏଭଳି ଜୀବର ପାଟି ଭିତରେ ହାତ ପୁରାଇବା କେତେ ଭୟଙ୍କର ହୋଇପାରେ । ବୋଧହୁଏ ଏକଥା ଚିନ୍ତା କରିବାକୁ ବି ଆପଣ ଭୟ କରିପାରନ୍ତି । କିନ୍ତୁ ଜଣେ ଯୁବକ ଏଭଳି ଦୁଃସାହସିକ ଷ୍ଟଣ୍ଟ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଏହାପରେ ଯାହା ଘଟିଛି ତାହା ଦେଖିଲେ କୁମ୍ଭୀର ପ୍ରତି ଥିବା ଭୟ ଆହୁରି ଦ୍ୱିଗୁଣିତ ହୋଇଯିବ ।

ଏମାନଙ୍କ ରକ୍ଷଣାବେକ୍ଷଣ କରୁଥିବା ଜଣେ ବ୍ୟକ୍ତି ହଠାତ କୁମ୍ଭୀର ମୁହଁରେ ହାତ ପୁରାଇବା ଭଳି ଦୁଃସାହସ କରିଥିଲେ । କୁମ୍ଭୀର ମୁହଁ ଖୋଲି ବସିଥିବା ବେଳେ ଏପରି ଷ୍ଟଣ୍ଟ କରିବାକୁ ଚେଷ୍ଟା କରିଥିଲେ କିପର । ନିଜ ଡାହାଣ ହାତ କୁମ୍ଭୀର ପାଟିରେ ପୁରାଇ ଲୋକଙ୍କୁ ଏଣ୍ଟରଟେନ୍ କରିବା ପାଇଁ ବାହାରିଥିଲେ ଯୁବକ । କିନ୍ତୁ ତାଙ୍କର ଏହି ଷ୍ଟଣ୍ଟ ଭୁଲ ପ୍ରମାଣିତ ହୋଇଛି । ଏମିୀତି ଦୁଃସାହସିକ କାମ କରିବା ଯୁବକଙ୍କ ପାଇଁ ମହଙ୍ଗା ପଡିଛି ।

ଯୁପକ ଜଣକ କୁମ୍ଭୀର ମୁହଁରେ ହାତ ପୁରାଇବା ମାତ୍ରେ ପାଟି ବନ୍ଦ କରି ଦେଇଛି କୁମ୍ଭୀର । ଫଳରେ କୁମ୍ଭୀର ମୁହଁ ଭିତରେ କିପରଙ୍କ ହାତ ଫସିଯାଇଛି । ଏହାପରେ ନିଜ ଶରୀରକୁ ଓଲଟାଇ ଯୁବକଙ୍କୁ ହରାଇବାର ଖୁବ ଚେଷ୍ଟା ଆରମ୍ଭ କରି ଦେଇଛି କୁମ୍ଭୀର । ଏହି ସମୟରେ ଯୁବକ ଜଣକ ବେସାହାରା ନଜର ଆସିଛନ୍ତି । ହାତକୁ ବଞ୍ଚାଇବା ପାଇଁ କୁମ୍ଭୀର ସହିତ ସେ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲା କୁମ୍ଭୀର ।

ଭିଡିଓକୁ ଭଲ କରି ଦେଖିଲେ ଜଣାଯାଉଛି ଯେ, କିପରଙ୍କ ହାତରୁ ରକ୍ତ ଝରିବା ସହିତ ହାତ କୁମ୍ଭୀର ପାଟିରେ ମୋଡି ହୋଇ ଯାଇଛି । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ଦେକି ସାରିଥିବା ବେଳେ କୁମ୍ଭୀର ପ୍ରତି ମନରେ ଥିବା ଭୟ ଆହୁରି ବଢିଯାଇଛି । କିଛି ଲୋକ ଏହି ଭିଡିଓରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି ।

Get real time updates directly on you device, subscribe now.