(Video) ‘ମୁଁ ମୋ ବୟଫ୍ରେଣ୍ଡକୁ..’, ବର ମଙ୍ଗଳସୂତ୍ର ପିନ୍ଧାଇବା ବେଳେ ଏମିତି କହିଦେଲେ କନ୍ୟା, ଆଉ ତା’ ପରେ..
ବିବାହ ବେଦୀରେ ବାହାଘର ଭାଙ୍ଗିଦେଲା ନିଜେ କନ୍ୟା, ଜାଣନ୍ତୁ କାହିଁକି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ବିବାହ ବେଦୀରୁ ଝିଅ ପଳାଉଥିବାର ଭିଡିଓ ଆପଣ ଫିଲ୍ମ କିମ୍ବା ସିରିୟାଲରେ ଦେକିଥିବେ। କିନ୍ତୁ ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଯୁବତୀ ବାହା ବେଦୀରେ ବରଠାରୁ ମଙ୍ଗଳସୂତ୍ର ପିନ୍ଧିବାକୁ ମନା କରିଦେଉଛି। ସେ ନିଜର ସାହସ ଦେଖାଇ ଅଚାନକ ଏହି ବିବାହ କରିବାକୁ ମନା କରିଦେଉଛି। ତେବେ ଏହି ଯୁବତୀଙ୍କ ଚର୍ଚ୍ଚା ସମସ୍ତେ କରିବାକୁ ଲାଗିଛନ୍ତି।
ଏହି ଘଟଣାଟି କର୍ଣ୍ଣାଟକର ଅଟେ। ପଲ୍ଲବୀ ନାମକ ଜଣେ ଯୁବତୀ, ବିବାହ ବେଦୀରେ ବିବାହ ନ କରିବାକୁ କହିଛନ୍ତି। ଏହାକୁ ଶୁଣି ମଣ୍ଡପରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ଝିଅର ବାପା-ମାଆ ଖୁବ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ସେ ମନା କରିଦେଲେ।
Karnataka: Bride Pallavi refused to marry at the last moment, saying she loves someone else.She walked out of the wedding venue with her lover under police protection pic.twitter.com/6JbaeHhd2z
— Ghar Ke Kalesh (@gharkekalesh) May 24, 2025
ଏହି ସମୟରେ ପଲ୍ଲବୀର ବୟଫ୍ରେଣ୍ଡ ସେଠାରେ ପୋଲିସକୁ ଧରି ପହଞ୍ଚିଥିଲେ। ଏହାପରେ ସେ କନ୍ୟାଙ୍କୁ ନିଜ ସହ ନେଇଯାଉଛନ୍ତି। ବିବାହ କରିବାକୁ ଆସିଥିବା ବିଚରା ବର ଏହାକୁ ଦେଖି ସ୍ତବ୍ଧ ହୋଇଯାଇଛି। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।