fbpx

ରକ୍ଷାବନ୍ଧନରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ: ଦାରିଦ୍ର୍ୟତା ସମସ୍ୟାରୁ ମିଳିବ ମୁକ୍ତି, ମିଳିବ ଧନଲକ୍ଷ୍ମୀଙ୍କ କୃପା

ଓଡିଶା ଭାସ୍କର: ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ଓ ଏହା ଦକ୍ଷିଣ ଏସିଆରେ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ଚଳିତ ବର୍ଷ ଅଗଷ୍ଟ ୧୯ରେ ଅର୍ଥାତ କାଲି ହେଉଛି ଶ୍ରାବଣ ପୂର୍ଣ୍ଣିମା । ଏହି ଦିନ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ପଡୁଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି କିଛି ଜିନିଷ ରହିଛି ଯାହାକୁ ଏହି ଦିନ ଆଣିବା ଦ୍ୱାରା ଆପଣଙ୍କ ଘରେ କେବେବି ଧନର ଅଭାବ ହୁଏନି । ଏବଂ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯାଏ ।

ବିଶ୍ୱାସ ରହିଛି, ପୂର୍ଣ୍ଣିମା ତିଥୀ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଏହି ଦିନ ଘରକୁ କିଛି ଖାସ ଜୀନିଷ ଆଣିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ପଳାସ ଫୁଲ ଦେବୀ ଲକ୍ଷ୍ମୀଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ବୋଲି କୁହାଯାଏ । ଶ୍ରାବଣ ପୂର୍ଣ୍ଣିମା ଦିନ ଏହି ଫୁଲ ଦେବୀ ଲକ୍ଷ୍ମୀଙ୍କୁ ପାଦପେ ଅର୍ପଣ କଲେ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ହୋଇଥାଏ । ଘରେ ପୂର୍ଣ୍ଣିମା ଦିନ ଏହି ଗଛ ଲଗାଇବା ଦ୍ୱାରା ପରିବାରରେ ଖୁସିର ମାହୋଲ ସହ ଅଭାବ ମଧ୍ୟ ଦୂର ହୋଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ । ବ୍ୟବସାୟରେ ମଧ୍ୟ ଲାଭ ହୋଇଥାଏ ।

ସୂଚନା ଯୋଗ୍ୟ, ବିଭିନ୍ନ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ । ସେହିପରି ମା’ ଲକ୍ଷ୍ମୀଙ୍କର ନଡ଼ିଆ ମଧ୍ୟ ଅତ୍ୟନ୍ତ ପ୍ରିୟ ଏହି ପୂର୍ଣ୍ଣିମା ଦିନ ଆପଣ ମା’ ଲକ୍ଷ୍ମୀଙ୍କୁ ନଡ଼ିଆ ଅର୍ପଣ କରି ପାରିବେ । ବିଶେଷ କରି ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ଏକ ଆଖିଆ ନଡ଼ିଆ ଅର୍ପଣ କରିବା ଦ୍ୱାରା ସମସ୍ତ ଦାରିଦ୍ର୍ୟତା ଦୂର ହୋଇଥାଏ । ଆର୍ଥିକ ସ୍ଥିତିରେ ଉନ୍ନତି ଚାହୁଁଥିବା ବ୍ୟକ୍ତି ଏହି ଦିନ ମା’କୁ ଏକ ଆଖିଆ ନଡ଼ିଆ ଅର୍ପଣ କରନ୍ତୁ । ଭଲ ଲାଭ ମିଳିବ । ଶ୍ରାବଣ ପୂର୍ଣ୍ଣିମା ଦିନ ସୁନା ଓ ରୂପା ଅଳଙ୍କାର କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ସୁନା ଓ ରୂପା କିଣିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ରଦା ଘର ଉପରେ ରହିଥାଏ ।

Get real time updates directly on you device, subscribe now.