୯୧ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଝଟକା: ଗ୍ରାଜୁଏଟ୍ ଭିସା ରୁଟ୍ ବନ୍ଦ ନେଇ ପ୍ରସ୍ତୁତ ହେଲା ରିପୋର୍ଟ, ବ୍ରିଟେନ ସଂସଦରେ ହେବ ଆଗତ

ନୂଆଦିଲ୍ଲୀ: ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ବ୍ରିଟେନର ଋଷି ସୁନକ ସରକାର ଏକ ବଡ଼ ଝଟକା ଦେବାକୁ ଯାଉଛନ୍ତି । ବ୍ରିଟେନ ସରକାରଙ୍କ ମାଇଗ୍ରେସନ ଆଡଭାଇଜରୀ କମିଟି ପକ୍ଷରୁ ଗ୍ରାଜୁଏଟ ଭିସା ରୁଟ୍ ବନ୍ଦ କରିବା ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଆଜି ଏହି ରିପୋର୍ଟ ସୁନକ କ୍ୟାବିନେଟରେ ଆଗତ କରାଯିବ । ଆଜି ଏହି ରିପୋର୍ଟ କ୍ୟାବିନେଟରେ ଆଗତ କରାଯିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଯଦି ଏହି ନିୟମ ଲାଗୁ ହୁଏ, ତେବେ ପ୍ରତିବର୍ଷ ପାଖାପାଖି ୯୧ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ ରୁଟ ଜରିଆରେ ଭିସା ଏଣ୍ଟ୍ରି ମିଳି ପାରିବ ନାହିଁ ।

ବର୍ତ୍ତମାନ ପ୍ରତିବର୍ଷ ପାଖାପାଖି ୧ ଲକ୍ଷ ୩୦ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଏହି ଗ୍ରାଜୁଏସନ ରୁଟ୍ ଜରିଆରେ ଏଣ୍ଟ୍ରି ମିଳିପାରୁଛି । ନିୟମ ଲାଗୁ ହେବା ପରେ କେବଳ ୩୯ ହଜାର ଛାତ୍ରଛତ୍ରୀଙ୍କୁ ଏଣ୍ଟ୍ରି ମିଳିପାରିବ । ୨୦୨୧ରେ ଆରମ୍ଭ ହୋଇଥିବା ଗ୍ରାଜୁଏସନ ଭିସା ରୁଟ ଜରିଆରେ ଭାରତୀୟ ସମେତ ଅନ୍ତର୍ଜାତୀୟ ସ୍ତରର ଛାତ୍ରଛାତ୍ରୀଙ୍କୁ ମାଷ୍ଟର୍ସ ସମାପ୍ତ କରିବା ପାଇଁ ଦୁଇବର୍ଷ ପାଇଁ ବ୍ରିଟେନରେ ରହିବା ଓ ଜବ୍ କରିବାର ଅନୁମତି ମିଳିଥାଏ ।

ବ୍ରିଟେନ ସରକାରଙ୍କ ଏହି ପ୍ଲାନିଂ ପରେ ଏହା ନିର୍ବାଚନୀ ବର୍ଷରେ ଭାରି ପଡ଼ିବ ବୋଲି ବିପକ୍ଷ ଲେବର ପାର୍ଟିର ଅଧ୍ୟକ୍ଷ କହିଛନ୍ତି । ଏହାକୁ ନେଇ ବ୍ରିଟେନରେ ରହୁଥିବା ୨୫ ଲକ୍ଷ ଭାରତୀୟ ଭୋଟର ନିରାଶ ହେବେ । ୮୦ ପ୍ରତିଶତ ଭାରତୀୟ ଛାତ୍ରଛାତ୍ର ମେଡିକାଲ, ଇଞ୍ଜିନିୟରିଂ ଓ ଆଇନ ପାଠ ପଢ଼ିବାକୁ ପାଇଁ ବ୍ରିଟେନ ଯାଇଥାନ୍ତି । ପାଠପଢ଼ା ପରେ ସେମାନେ ଏକ୍ସଟେଣ୍ଡେଟ୍ ରୁଟ ଅବସରରେ ସ୍କିଲଡ ୱାର୍କର ଭାବେ ଦରମା ପାଇଥାନ୍ତି । ୩ ବର୍ଷ ପୂର୍ବରୁ ୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସେଠାରେ ଏଣ୍ଟ୍ରି ମିଳିଥିଲା । ତେବେ ଏହି ନିଷ୍ପତ୍ତି ପରେ ବ୍ରିଯେନ ସରକାର ପ୍ରତିବର୍ଷ ୨ ଲକ୍ଷ କୋଟି ଟଙ୍କା ହରାଇବେ ବୋଲି ପୂର୍ବ ଶିକ୍ଷାମନ୍ତ୍ରୀ ନିକ୍କୀ ମୋର୍ଗନ କହିଛନ୍ତି ।