fbpx
BJD
BJD SKY
BJD SKY

ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ବ୍ରିଟେନରେ ପହଞ୍ଚିଲେ ଜେଲେନସ୍କି, ଆଲୋଚନା ସମୟରେ ଭୋକ ଲାଗିବାରୁ ବର୍ଫି ଖୁଆଇଲେ ସୁନକ

BJD

ନୂଆଦିଲ୍ଲୀ:ମା’ ହାତ ତିଆରି ଖାଦ୍ୟର ସ୍ୱାଦ ବଡ ବଡ ପଞ୍ଚ ତାରକା ହୋଟେଲର ଖାଦ୍ୟକୁ ବି ପଛରେ ପକାଇ ଦେଇଥାଏ । ଯିଏ ଯେତେ ବଡ ଉଚ୍ଚ ପଦବୀରେ ଥାଉ ପଛକେ ମା ହାତ ତିଆରି ଖାଦ୍ୟକୁ କେବେ ବି ଭୁଲି ପାରି ନ ଥାଏ । ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଏଥିରୁ ବ୍ୟତିକ୍ରମ ହେବେ ବା କିପରି । ଏବେ ସୋସିଆଲ୍ ମିଡିଆରେ ଋଷି ସୁନକଙ୍କ ଏହିପରି ଏକ ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ହେଉଥିବା ଏହି ଭିଡିଓରେ ସୁନକ ତାଙ୍କ ମା’ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବର୍ଫି ବିଷୟରେ କହୁଛନ୍ତି ।

ତେବେ ସୁନକ ନିଜ ମାଙ୍କ ହାତ ତିଆରି ବର୍ଫି ୟୁକ୍ରେନ୍ ରାଷ୍ଟ୍ରପତି ବ୍ଲାଦିମିର ଜେଲେନସ୍କିଙ୍କୁ ଉପହାର ଦେଇଛନ୍ତି ଓ ଜେଲେନସ୍କି ବେଶ୍ ଖୁସିର ସହିତ ଏହି ବର୍ଫିର ମଜା ନେଉଥିବା ଦେଖିବାକୁ ମିଳୁଛି ।ଏକ ସାକ୍ଷାତକାରରେ ବ୍ରିଟେନ ରାଷ୍ଟ୍ରପତି ଋଷି ସୁନକ ଏହି ପୁରା ଘଟଣାର ଖୁଲାସା କରିଛନ୍ତି । ସୁନକ କହିଛନ୍ତି ମୋ ମା’ କିଛି ଭାରତୀୟ ମିଠା ତିଆରି କରିଥିଲେ, ଯେଉଁଥବରେ ସ୍ୱାଦିଷ୍ଟ ବର୍ଫି ବି ଥିଲା । ମୋ ମା’ ଏହି ବର୍ଫି ବହୁତ ସୁନ୍ଦର ଭାବରେ ପ୍ରସ୍ତୁତ କରନ୍ତି ବୋଲି ଋଷି କହିଛନ୍ତି । ସେ ଏହି ସ୍ୱାଦିଷ୍ଟ ବର୍ଫି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ । ଜେଲେନ୍ସିଙ୍କୁ ମଧ୍ୟ ଏହା ଖୁବ୍ ପସନ୍ଦ ଆସିଥିଲା ଓ ଏହା ଖାଇବା ପରେ ସେ ଖୁବ୍ ପ୍ରଶଂସା କରିଥିଲେ ।

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ନିଜର ୟୁରୋପ ଗସ୍ତ ସମୟରେ ବ୍ରିଟେନ ଆସିଥିଲେ । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ କଥାବର୍ତ୍ତା ସମୟରେ ଜେଲେନସ୍କିଙ୍କୁ ଭୋକ ଲାଗୁଥିବାର ସେ ଅନୁଭବ କରିପାରିଥିଲେ । ସେ ଏହାପରେ ତାଙ୍କ ମା’ ହାତ ତିଆରି ବର୍ଫି ଜେଲେନସ୍କିଙ୍କୁ ଖାଇବାକୁ ଦେଇଥିଲେ । ଜେଲେନସ୍କି ଏହା ବେଶ୍ ଖୁସିର ସହ ଖାଇବା ସହିତ ତାଙ୍କ ମା’ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ପରେ ସୁନକ ଏହି ଭିଡିଓଟିକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

Get real time updates directly on you device, subscribe now.