fbpx

ରଥଯାତ୍ରାକୁ ଯିବା ପୂର୍ବରୁ ଜାଣି ରଖନ୍ତୁ ଟ୍ରାଫିକ ବ୍ୟବସ୍ଥା: କେଉଁଠି ରଖିବେ ଆପଣଙ୍କ ଗାଡି?

ପୁରୀ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀ ପ୍ରଶାସନର ଟ୍ରାଫିକ ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବିଶେଷ କରି ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଗାଡି ପାର୍କିଂ ବ୍ୟବସ୍ଥାକୁ ଖୁବ ସରଳ ଏବଂ ସୁନ୍ଦର କରିଛି ପୁରୀ ପୋଲିସ । ରଥଯାତ୍ରାରୁ ବାହୁଡା ପର୍ଯ୍ୟନ୍ତ ଭକ୍ତମାନଙ୍କ ଯିବାଆସିବାରେ ସୁବ୍ୟବସ୍ଥା କରିବା ପାଇଁ ଲାଗି ପଡିଛି ପ୍ରଶାସନ । ଏଥିପାଇଁ ନୂଆ ରୁଟ ପ୍ଲାନ ମଧ୍ୟ ପ୍ରସ୍ତୁତ ହୋଇଛି । ବଡଦାଣ୍ଡକୁ କେଉଁ ବାଟ ଦେଇ ଗାଡି ଆସିବ ଏବଂ କେଉଁଠି କେଉଁ ଗାଡି ପାଇଁ ପାର୍କିଂ ହେବ ତାହାର ସବୁ ପ୍ରକାର ଆୟୋଜନ କରିଛି ପୁରୀ ପୋଲିସ ।

ରଥଯାତ୍ରା ଏବେ ପୁରୀରେ ଲାଗିଛି ପ୍ରବଳ ଭିଡ । ବଡଦାଣ୍ଡରେ ଯିବା ଆସିବା ପାଇଁ ଚାହୁଁଥିଲେ ଏହାପୂର୍ବରୁ ଟ୍ରାଫିକ ବ୍ୟବସ୍ଥା ନିଶ୍ଚୟ ଜାଣି ରଖନ୍ତୁ । ନଚେତ ଯାଇ ହଇରାଣ ହେବାକୁ ପଡିପାରେ ।

ପର୍ଯ୍ୟଟକ ବସ୍: ଭୁବନେଶ୍ୱର ଆଡୁ ପୁରୀକୁ ଯାଉଥିବା ବିଭିନ୍ନ ଆନ୍ତଃରାଜ୍ୟ ପର୍ଯ୍ୟଟକ ବସ୍ ପାଇଁ ମାଳତୀପାଟପୁରରେ ପାର୍କିଂର ବ୍ୟବସ୍ଥା କରାଯାଇଛି । ଏହାପରେ ସତ୍ୟବାଦୀ, ପିପିଲି, ଉତ୍ତରା ଦେଇ ଭୁବନେଶ୍ୱରକୁ ଫେରିବ ଏହି ପର୍ଯ୍ୟଟକ ବସ୍ । ସେହିପରି କୋଣାର୍କ ଆଡୁ ଆସୁଥିବା ସମସ୍ତ ପର୍ଯ୍ୟଟକ ବସ୍ ନାଗାପାଟଣାରେ ପାର୍କିଂ କରାଯିବ । ଆଜିଠାରୁ ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହୋଇ ପାରିବ ।

ଯାତ୍ରୀବାହୀ ବସ୍: ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସଗୁଡିକ ଗୁଣ୍ଡିଚା ମନ୍ଦିର ନିକଟ ବସ ଷ୍ଟାଣ୍ଡ ପରିବର୍ତ୍ତେ ତାଳବଣିଆ ବସଷ୍ଟାଣ୍ଡକୁ ଯିବେ । ଆଜି ମଧ୍ୟରାତ୍ରରୁ ଏହି ଗାଡି ସବୁ ମାଳତୀପାଟପୁର ଓଭରବ୍ରିଜ ଦେଇ ଗ୍ରୀଡ ଷ୍ଟେସନ ଛକ ଏବଂ ପରେ ଭୂଦାନ ଛକ ଦେଇ ତାଳବଣିଆରେ ରହିବେ । ଫେରିବା ବେଳେ ତାଳବଣିଆରୁ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତାରେ ବାଲିଘାଟ, ଗୋପାଳପୁର, ସମଙ୍ଗରା ଦେଇ ୩୧୬ ନମ୍ବର ଜାତୀୟ ରାଜପଥରେ ଭୁବନେଶ୍ୱରରେ ପହଞ୍ଚିବେ । ଏହି ନିୟମ ୧୯ ଏବଂ ୨୦ ତାରିଖ ପାଇଁ ଲାଗୁ କରାଯିବ ।

ଚାରି ଚକିଆ ବା ଅଟୋ: ଚାରି ଚକିଆ ବା ଅଟୋରେ ଆସୁଥିବା ଭକ୍ତମାନେ ମାଳତୀପାଟପୁର ଓଭରବ୍ରିଜ ଦେଇ ଗ୍ରୀଡ ଷ୍ଟେସନ ଛକରେ ପହଞ୍ଚିବେ । ଏହାପରେ ବାଇଦାସ ନଗର ଛକରେ ସଦାଶିବ ସଂସ୍କୃତ ସଂସ୍ଥାନ ପାର୍କିଂ, ଆଇଟିଆଇ କଲେଜ ପାର୍କିଂ, ହେଲିପ୍ୟାଡ ପାର୍କିଂ, ଭୂଦାନ ଛକ ପାର୍କିଂ, ଇଣ୍ଡୋର ଷ୍ଟାଡିୟମ ପାର୍କିଂ ଏବଂ ତାଳବଣିଆ ପାର୍କିଂରେ ଗାଡି ରଖିପାରିବେ । ତେବେ ୧୯-୨୦ ଏବଂ ୨୭ ତାରିଖରୁ ୩୯ୟ୦ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହୋଇଛି ।

ଦୁଇ ଚକିଆ ଯାନ ପାଇଁ ନିୟମ: ଭୁବନେଶ୍ୱର ଆଡୁ ଆସୁଥିବା ଦୁଇ ଚକିଆ ଯାନ ପ୍ରଥମେ ବାଟଗାଁ ଛକରେ ଅଟକିବ । ପରେ ଏଗୁଡିକୁ ପୁରୀ ବାଇପାସ ଦେଇ ମଙ୍ଗଳାଘାଟ ଛକ ଆଡକୁ ଛଡାଯିବ । ସେମାନଙ୍କ ପାଇଁ ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ମାଟିତୋଟା ପାର୍କିଂ, ମାଶାଣୀଚଣ୍ଡୀ ପାର୍କିଂ ଗ୍ରାଉଣ୍ଡରେ ବାଇକ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି । ସେହିପରି ବ୍ରହ୍ମଗିରି ଆଡୁ ଆସୁଥିବା ବାଇକ ଜଗନ୍ନାଥ ବଲ୍ଲଭ ଏବଂ ମଶାଣୀଚଣ୍ଡୀ ପାର୍କିଂରେ ଗାଡି ରଖିପାରିବେ । ତେବେ କୋଣାର୍କରୁ ଆସୁଥିଲେ ଗାଡିଗୁଡିକ ଗ୍ରୀଡ ଷ୍ଟେସନ, ସିଟି ରୋଡ ଏବଂ ସୁବାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବିଚରେ ଗାଡି ପାର୍କିଂ କରିବେ । ଏହାପରେ ଗାଡିଗୁଡିକ ହୋଟେଲ ନୀଳାଚଳ ଅଶୋକରେ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।

Get real time updates directly on you device, subscribe now.