fbpx

ପ୍ରେମ କରିଦେଲା ଅନ୍ଧ, ୩ବର୍ଷର ପ୍ରେମ ପାଇଁ ୩ଟି ପିଲାକୁ ଛାଡି ଫେରାର ହୋଇଗଲା ମାଆ

ଜୟପୁର : ପ୍ରେମ ସବୁ ବେଳେ ଅନ୍ଧ ହୋଇଥାଏ । ପ୍ରେମ ପାଇଁ ମଣିଷ ସବୁ କିଛି କରିବାକୁ ପ୍ରସ୍ତୁତ ଥାଏ । ଏଥିରେ କିଛି ବୟସର ସୀମା ନଥାଏ । ପ୍ରେମ ପାଇଁ ମଣିଷ ନିଜ ପରିବାର କୁ ମଧ୍ୟ ଭୁଲି ଯାଉଥିବାର ଦେଖାଯାଉଛି । ଝୋଟଭାଡ଼ାର ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ୪୦ ବର୍ଷୀୟ ମହିଳା ନିଜ ସ୍ୱାମୀ ଓ ୩ଟି ପିଲାଙ୍କୁ ଛାଡି ପ୍ରେମିକ ସହ ଲୁଚି ଫେରାର ହୋଇଯାଇଛନ୍ତି ।

ଖବର ଅନୁସାରେ, ଝୋଟବାଡ଼ାର ଗୁର୍ଜର କଲୋନୀରେ ରହୁଥିବା ୪୦ ବର୍ଷୀୟ ମହିଳା ଜଣଙ୍କ ଜୁନ ୬ରେ ନିଜର ୨ଟି ଝିଅ, ଗୋଟିଏ ପୁଅ ଏବଂ ସ୍ୱାମୀକୁ ଛାଡି ପ୍ରେମିକ ସହ ଲୁଚି ପଳାଇଥିଲେ । ପରବର୍ତ୍ତୀ ସମୟରେ ସ୍ୱାମୀ ସ୍ତ୍ରୀର ନିଖୋଜ ହେବା ଖବର ଝୋଟବାଡ଼ା ଥାନାକୁ ଯାଇ ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ଯୁବତୀଙ୍କୁ ଖୋଜା ଖୋଜି ଆରମ୍ଭ କରିଥଲା । ତେବେ ପ୍ରାୟ ୧୦ ଦିନ ପରେ ମଧ୍ୟପ୍ରଦେଶ ଠାରେ ଯୁବତୀଙ୍କ ସନ୍ଧାନ ପାଇଁ ତାଙ୍କୁ ଗିରଫ କରି ଜୟପୁରକୁ ଅଣାଯାଇଥିଲା ।

ଜୟପୁରକୁ ଆସିବା ପରେ, ମହିଳାଙ୍କ ପିଲା ଓ ସ୍ୱାମୀ ତାଙ୍କ ସହ ମିଶିବାକୁ ଆସିଥିଲେ । ହେଲେ ମହିଳା ଜଣକ ସେମାନଙ୍କ ସହ ରହିବା ପାଇଁ ମନା କରିଥିବା ସହ ସେମାନଙ୍କୁ ଚିହ୍ନିବାରେ ମଧ୍ୟ ନାକାରାତ୍ମକ ପ୍ରତିକ୍ରିୟା ଦେଇଥିଲେ । ପ୍ରେମ ପାଇଁ ସେ ଏମିତି ଅନ୍ଧ ହୋଇଥିଲେ ଯେ, ତାଙ୍କ ସାମ୍ନାରେ ନିଜ ପିଲାଙ୍କର ଏବଂ ସ୍ୱାମୀଙ୍କ ଲୁହର କିଛି ଫରକ ପଡିନଥିଲା । ଯୁବତୀ ଜଣକ ପୋଲିସକୁ କହିଥିଲେ ଯେ, ମୁଁ ମୋ ନିଜ ଇଚ୍ଛାରେ ପ୍ରେମୀ ସହ ଘର ଛାଡି ଆସିଛି । ଏହାସହ ସେ ଥାନାରେ କେବଳ ତାଙ୍କ ପ୍ରେମିକ ସହ ହିଁ ରହିବାକୁ ଦାବି କରୁଥିଲେ ।

Get real time updates directly on you device, subscribe now.