fbpx

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟାକରି ପୋଡିଦେଲା ସ୍ୱାମୀ, ୩ ଅଭିଯୁକ୍ତ ଗିରଫ

ବଲାଙ୍ଗୀର : ବର୍ତ୍ତମାନ ଆମ ଦେଶରେ ହତ୍ୟାକାଣ୍ଡ ବଢିବାରେ ଲାଗିଛି । କେଉଁଠି ଭାଇ-ଭାଇ ଭିତରେ ତ କେଉଁଠି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏହି ଘଟଣା ଦେଖିବାକୁ ମିଳୁଛି । ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳର ପୁତଲାମହୁଲ ଗାଁରେ ।ଏହି ଗାଁରେ ସ୍ୱାମୀ ତା ସ୍ତ୍ରୀକୁ ହତ୍ୟା କରି ପୋଡି ଦେଇଥିବା ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ପୁତଲାମହୁଲ ଗାଁରେ ବାସ କରୁଥିବା ଦେବରାଜ ସାହୁ ଗତ ୬ବର୍ଷ ତଳେ ଚିଙ୍ଗିରିତାଳ ଅଞ୍ଚଳର ଯୁବତୀଙ୍କ ସହ ବିବାହ କରିଥିଲେ । ତେବେ ଦୁହିଁଙ୍କର ବୈବାହିକ ଜୀବନ ଆନନ୍ଦରେ ଚାଲୁଥିଲା । କିନ୍ତୁ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଲାଗି ରହୁଥିଲା ।ଏହା ମଧ୍ୟରେ ପୁଣି ଥରେ ସେମାନଙ୍କ ଭିତରେ ପାଟି ତୁଣ୍ଡ ହେବାରୁ ରାଗର ବଶବର୍ତ୍ତି ହୋଇ ସ୍ତ୍ରୀକୁ ହତ୍ୟା କରିଛି ନୃଶଂସ ସ୍ୱାମୀ ।

ସ୍ତ୍ରୀ ଅପରାହ୍ନରୁ ଘରୁ ବାହାରକୁ ନବାହାରିଥିବାରୁ ଗାଁ ଲୋକ ସନ୍ଦେହ କରିି ଘଟଣାଟିକୁ ପୋଲିସକୁ ଜଣାଇଥିଲେ । ପୋଲିସ ଆସି ପଚରା ଉଚରା କରିବାରୁ ସବୁ ସତ ଜଣା ପଡିଛି । ଶନିବାର ଅପରାହ୍ନରେ ଦେବରାଜ ଯୁବତୀଙ୍କୁ ହତ୍ୟା କରିଥିଲା । ପରବର୍ତ୍ତୀ ସମୟରେ ଘଟଣାଟିକୁ ଲୁଚାଇବାକୁ ଯାଇ ସ୍ୱାମୀ ମଧ୍ୟ ରାତିରେ ସ୍ତ୍ରୀର ଶବକୁ ଅଖା ବସ୍ତାରେ ଭର୍ତ୍ତି କରି ଏକ ନିଛାଟିଆ ସ୍ଥାନକୁ ନେଇ ପୋଡିଦେଇଥିଲା । ଏହା ଜାଣି ପୋଲିସ ସ୍ୱାମୀ ଦେବରାଜ, ଦେଢଶୁର ଟିକେଇଲା ଏବଂ ମଉସା ଗୁଣନିଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.