fbpx
BJD SKY
BJD SKY

(Video) ହାଡ଼ଭଙ୍ଗା ବାବାଙ୍କ ଅପାର କୃପା: କେବଳ ୨୧ ଦିନରେ ଯୋଡ଼ି ହୋଇଯାଉଛି ଭଙ୍ଗା ହାଡ଼

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ମେଡିକାଲ ସାଇନ୍ସ ବହୁ ବିକାଶ କରିଥିଲେ ହେଁ ଆଜି ବି ଅନେକ ସ୍ଥାନରେ ଠାକୁର, ବାବାଙ୍କ ପ୍ରତି ଲୋକଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି । ତେବେ ଏପରି ଭାବେ ପୁରୀ ଜିଲ୍ଲା ନିମାପଡ଼ାରେ ରହିଥିବା ବାବା ବାଲିକପିଳେଶ୍ୱର ଜଣେ ପ୍ରତ୍ୟକ୍ଷ ଠାକୁର ଭାବେ ପରିଚିତ ଥିବା ବେଳେ ତାଙ୍କର ହୁକୁମ ପାଳିଲେ ଭଙ୍ଗା ହାଡ଼ ମଧ୍ୟ ଯୋଡ଼ି ହୋଇ ଯାଉଛି । ଯେଉଁଠି ମେଡିକାଲ ସାଇନ୍ସ ଫେଲ୍ ମାରିଥାଏ ସେଠି ଜଣେ ରୋଗୀ ବାବାଙ୍କ କୃପାରୁ ଆରୋଗ୍ୟ ଲାଭ କରିବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ।

ସେଥିପାଇଁ ବାବାଙ୍କ ପାଖକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ସମାଗମ ହୋଇଥାଏ । ପାତଳ ଫୁଟି ଏକ ଶିବ ଲିଙ୍ଗ ବାହାରିଥିଲେ ଓ ପୂଜକଙ୍କୁ ସ୍ୱପ୍ନାଦେଶ ହୋଇଥିଲା ବୋଲି କିମ୍ବଦନ୍ତୀ କୁହେ । ବହୁ ଅସାଧ୍ୟ ରୋଗୀର ପୀଡ଼ିତ ହୋଇଥିବା କୌଣସି ମାନସିକଧାରୀ ବାବାଙ୍କ ପାଖରୁ ଖାଲି ହାତରେ ଫେରନ୍ତି ନାହିଁ ବୋଲି କୁହାଯାଏ । ବାବାଙ୍କ ମନ୍ଦିରରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ ।

୨୧ ଦିନ ଧରି ଠାକୁରଙ୍କ ହୁକୁମ ନିଷ୍ଠାର ସହ ପାଳନ କଲେ ରୋଗୀର ଭଙ୍ଗାହାଡ଼ ଯୋଡ଼ି ହୋଇଯାଇଥାଏ । ଆଜି ବି ବିଭିନ୍ନ ଅଞ୍ଚଳରୁ ବାବାଙ୍କ ନିକଟକୁ ଭକ୍ତଙ୍କର ସୁଅ ଛୁଟୁଥିବା ବେଳେ ଲୋକଙ୍କର ବାବାଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରହିଛି । ବାବାଙ୍କର ମହିମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ନିରାଟ ସତ୍ୟ । ବାବାଙ୍କ ମନ୍ଦିର ସାମ୍ନାରେ ଏକ ବିରାଟକାୟ ବୃଷବ ରହିଥିବା ବେଳେ ଏହି ବାଲିକପିଳେଶ୍ୱର ବାଲୁ ଖଣ୍ଡ ଜଙ୍ଗଲ ଭିତରେ ପୂଜା ପାଉଛନ୍ତି ।

Get real time updates directly on you device, subscribe now.