fbpx

ଏଭଳି ଭୁଲ କରୁଥିଲେ ହୋଇଯିବେ କାଙ୍ଗାଳ! HDFC ବ୍ୟାଙ୍କ ଜାରି କଲା ବଡ଼ ଚେତାବନୀ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ହ୍ୟାଙ୍କିଙ୍ଗ ମାମଲା ଲଗାତାର ସାମ୍ନାକୁ ଆସୁଛି । ଯେଉଁଥିରେ ଲୋକଙ୍କ ବ୍ୟାଙ୍କ ଆକାଉଁଣ୍ଟକୁ ବିପଦ ରହିଛି । ଏଥିରେ ଏଚଡିଏଫସି ବ୍ୟାଙ୍କ ନିଜ ୟୁଜର୍ସଙ୍କ ପାଇଁ ଚେତାବନୀ ଜାରି କରିଛି । ସାଇବର ଆକ୍ରମଣକାରୀଙ୍କ ପାଇଁ ଏଣିକି ବ୍ୟାଙ୍କ ଆକାଉଁଣ୍ଟରୁ ଲୁଟିବା ସହଜ ହୋଇଗଲାଣି । ଏହି ସମୟରେ ଏଚଡିଏଫସି ବ୍ୟାଙ୍କ ନିଜ ଆକାଉଁଣ୍ଟ ହୋଲ୍ଡର୍ସଙ୍କୁ ଆଲର୍ଟ କରିଛନ୍ତି ଏବଂ କେଉଁ ଜିନିଷ ଭୁଲ କରିବେ ନାହିଁ ସେହି ବିଷୟରେ କହିଛନ୍ତି । ବ୍ୟାଙ୍କ ମୁତାବକ ଯଦି ଆପଣ ଏହି ଭୁଲ କରୁଛନ୍ତି ତେବେ ଆପଣଙ୍କ ବ୍ୟାଙ୍କ ଆକାଉଁଣ୍ଟ ଖାଲି ହୋଇପାରେ ।

ଏଚଡିଏଫସି ବ୍ୟାଙ୍କ ମୁତାବକ ପ୍ରତି ସମୟରେ ନିଜ ବ୍ଲୁଟୁଥ ଅନ ରଖନ୍ତୁ ନାହିଁ । ଦେଖିବାକୁ ଗଲେ ଆମେ ନିଜ ସ୍ମାର୍ଟଫୋନରେ ଇୟରଫୋନ୍ସ, ଲ୍ୟାପଟପକୁ କନେକ୍ଟ କରିବା ଲାଗି ଆମେ ନିଜ ବ୍ଲୁଟୁଥକୁ ଅନ ରଖୁ ହେଲେ ବ୍ୟବହାର କରିସାରିବା ପରେ ଏହାକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ ।

ଆପଣ ବ୍ୟାଙ୍କିଙ୍ଗ ଆପ ୟୁଜ କରିବା ପରେ ଏହାକୁ ଲଗ ଆଉଟ ନିଶ୍ଚିତ କରନ୍ତୁ । କାରଣ ଲଗଇନ କରି ରଖିବା ଭୟଙ୍କର ସମସ୍ୟା ସୃଷ୍ଟି କରିପାରେ । ଏଥିପାଇଁ ପ୍ରତ୍ୟେକ ଥର ଆପ ବନ୍ଦ କରିବା ପୂର୍ବରୁ ଲଗ-ଆଉଟ ଅବଶ୍ୟ କରନ୍ତୁ ।

ଯେତେବେଳେ ଆପଣ ପବ୍ଲିକ ୱାଇ-ଫାଇର ବ୍ୟବହାର କରୁଛନ୍ତି ସେତେବେଳେ ନିଜ ବ୍ୟାଙ୍କିଙ୍ଗ ସର୍ଭିସର ବ୍ୟବହାର କଦାପି କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ହ୍ୟାକ୍ ହୋଇପାରେ ।

କୌଣସି ଆପ ପାଇଁ ଯେତେବେଳେ ପାସୱାର୍ଡ ସେଟ କରୁଛନ୍ତି ସେତେବେଳେ ଆପଣ ପୂର୍ବରୁ ଥିବା ପାସୱାର୍ଡକୁ ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ସେଭଳି କରୁଛନ୍ତି ତେବେ ପିନ ଲିକ ହେବାରେ ଆକ୍ରମଣକାରୀମାନେ ଆପଣଙ୍କ ବ୍ୟାଙ୍କିଙ୍ଗ ଆପ୍ସକୁ ଆକ୍ସେସ କରିପାରିବେ ।

ଏହା ବ୍ୟତୀତ ଏଚଡିଏଫସି ବ୍ୟାଙ୍କର କହିବାନୁଯାୟୀ, ଯେତେବେଳେ ଆପଣ ନିଜ ଫୋନ ଠିକ କରିବା ଲାଗି ସର୍ଭିସ ସେଣ୍ଟରରେ ଦେଉଛନ୍ତି ତେବେ ଏହାକୁ ପ୍ରଥମେ ଡିଲିଟ କରନ୍ତୁ । କାରଣ ରିପ୍ୟାରିଙ୍ଗ ପାଇଁ ଏହିଭଳି ଫୋନକୁ ଦେବା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ ।

Get real time updates directly on you device, subscribe now.