fbpx

ପ୍ରଚାର ସମୟରେ ଯୁବତୀଙ୍କୁ କିସ୍ କଲେ ପ୍ରାର୍ଥୀ, ବିବାଦ ବଢିବାରୁ କହିଲେ ଏପରି..

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ଲାଗି ସାରା ଦେଶରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗର ଉତ୍ତର ମାଲଦାରେ ଏକ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଠାରେ ଜଣେ ବିଜେପି ପ୍ରାର୍ଥୀ ନିର୍ବାଚନ ପ୍ରଚାର ସମୟରେ ଏକ ଯୁବତୀଙ୍କୁ କିସ୍ କରିଥିବାର ଅଭିଯୋଗ ଲାଗିଛି ।

ତେବେ ଯୁବତୀଙ୍କୁ କିସ୍ କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି । ଏହି ଫଟୋକୁ ରାଜ୍ୟର କ୍ଷମତାସୀନ ଦଳ ତୃଣମୂଳ କଂଗ୍ରେସ ବି ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି । ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପଶ୍ଚିମବଙ୍ଗ ରାଜନୀତିରେ ଏହାକୁ ନେଇ ହୋହାଲ୍ଲା ସୃଷ୍ଟି ହୋଇଛି । ବିବାଦ ବଢିବା ପରେ ଏବେ ବିଜେପି ପ୍ରାର୍ଥୀ ଏହାକୁ ଏକ ଷଡଯନ୍ତ୍ର ବୋଲି କହିବା ସହ ଯୁବତୀ ତାଙ୍କ ସଂପର୍କୀୟ ଓ ଝିଅ ପରି ହେବ ବୋଲି କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଉତ୍ତର ମାଲଦା ଶ୍ରୀହିପୁର ଗ୍ର୍ରାମର । ଏଠାରେ ବିଜେପି ଖଗେନ ମୁର୍ମୁଙ୍କୁ ଟିକେଟ ଦେଇଛି । ଏହି ଘଟଣା ଉପରେ ଟିଏମସି ଜିଲ୍ଲା ଉପାଧ୍ୟକ୍ଷ ଦୁଲାଲ ସରକାର କହିଛନ୍ତି, ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଫଟୋରେ ବିଜେପି ପ୍ରାର୍ଥୀ ସମସ୍ତଙ୍କ ସାମ୍ନାରେ ଯୁବତୀଙ୍କୁ କିସ୍ କରୁଛନ୍ତି । ବଙ୍ଗାଳୀ ସଂସ୍କୃତି ଲାଗି ଏହା ଏକ ନିନ୍ଦନୀୟ ଘଟଣା । ସେ କହିଛନ୍ତି ଭୋଟ ମାଗିବା ସମୟରେ ଯଦି ଏପରି ଘଟଣା ଘଟିବ ତେବେ ଜିତିବା ପରେ ସେମାନଙ୍କ ମାନସିକତା କ’ଣ ରହିବ । ଜନତା ଏହାର ନିଷ୍ପତ୍ତି ନେବେ ।

ତେବେ ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ ହେବା ପରେ ଯୁବତୀ କହିଛନ୍ତି ଯେଉଁ ସମୟରେ ଏହି ଘଟଣା ଘଟିଲା ସେତେବେଳେ ମୋ ବାପା,ମା’ ମୋ ସହ ଥିଲେ । ଏହା ବ୍ୟତିତ ଖଗେନ ବାବୁ ଆମର ସଂପର୍କୀୟ । ସେ ମୋତେ ଛୋଟ ବେଳୁ ଦେଖି ଆସୁଛନ୍ତି ଓ ନିଜ ଝିଅ ପରି ସ୍ନେହ କରନ୍ତି । ଯୁବତୀ କହିଛନ୍ତି ଯେଉଁମାନେ ଏହି ଘଟଣାକୁ ସୋସିଆଲ ମିଡିଆରେ ଭାଇରାଲ୍ କରୁଛନ୍ତି ସେମାନେ ନିଶ୍ଚୟ ହୀନମାନସିକତା ସଂପନ୍ନ ବ୍ୟକ୍ତି ହୋଇଥିବେ ।

Get real time updates directly on you device, subscribe now.