fbpx

ଲକଡାଉନ ବଢ଼ାଇଲା ମହିଳାଙ୍କ ମଦ ନିଶା: ବୋତଲ ପିଛା ୩୦ ଟଙ୍କା ନେଇ ଦଲାଲ୍ ହେଉଛନ୍ତି ମାଲାମାଲ୍

ଭୁବନେଶ୍ୱର, ୫ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଭୟାଭୟ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିଲେ । ଏହି ୧୪ ଦିନିଆ ଲକଡାଉନ ଆରମ୍ଭ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ମଦ ଦୋକାନମାନଙ୍କରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଧିକାଂଶ ଲୋକ ମହିଳା ଓ ଯୁବତୀଙ୍କ ପାଇଁ ମଦ କିଣିବା ପାଇଁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।

ଏହି ମଦ ଦଲାଲମାନେ ରାଜଧାନୀର ଯୁବତୀମାନଙ୍କଠାରୁ ମଦ ବୋତଲ ପିଛା ୩୦ ଟଙ୍କା ଲେଖାଏଁ ଚାର୍ଜ କରୁଥିବା ଜଣାପଡ଼ିଛି । ମଦ୍ୟପାନ କରିବା କ୍ଷେତ୍ରରେ ରାଜଧାନୀର ତରୁଣୀମାନେ ଆଦୌ ପଛରେ ପଡ଼ିନାହାନ୍ତି । ଯୁବତୀମାନଙ୍କର ନିଶାଖୋର ମନୋବୃତ୍ତି ଭିଡ଼କୁ ଅଯଥାରେ ଡାକି ଆଣିବା ସହ କରୋନା ସଂକ୍ରମଣକୁ ବଢ଼ାଉଛି । ଅନେକ ମଦ ଦୋକାନ ଆଗରେ ଲୋକମାନେ ବହୁ ସମୟ ଧରି ଧାଡ଼ିରେ ଛିଡ଼ା ହୋଇ ଯୁକ୍ତିତର୍କ କରିଥିବାର ଦେଖିବାକୁ ମିଳିଥିଲା । ଭିଡ଼ ଭିତରେ ରାଜଧାନୀବାସୀ କୋଭିଡର ସମସ୍ତ ଗାଇଡଲାଇନକୁ ବେଖାତିର କରିଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.