fbpx

ଗୋଟିଏ ଦିନରେ ଦିଲ୍ଲୀର ୪୧ ଟି ହସ୍ପିଟାଲରେ ଅକ୍ସିଜେନର ସମସ୍ୟା ନେଇ ଅଭିଯୋଗ

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) :ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବଢୁଥିବା କରୋନା ରୋଗୀଙ୍କ ପାଇଁ ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ସମସ୍ୟାର ବର୍ତ୍ତମାନ ଯାଏ କିଛି ବି ସୁଧାର ଆସି ନାହିଁ । ଅମ୍ଳଜାନ ପାଇଁ ଡାକ୍ତରଖାନାଗୁଡ଼ିକ ସହାୟତା ନିବେଦନ ଲାଗି ହାଇକୋର୍ଟଙ୍କ ନିକଟକୁ ଆସୁଛନ୍ତି। ହେଲେ ଏଥହୀରେ କୌଣସି ପରିର୍ବତ୍ତନ ଦେଖା ଯାଉନାହିଁ । ପରିସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀର ପ୍ରାୟ ୪୧ ଟି ଡାକ୍ତରଖାନାରେ ୭ ହଜାରରୁ ଅଧିକ ରୋଗୀ ଭର୍ତ୍ତି ହୋଇଛନ୍ତି।ଗୋଟିଏ ଦିନରେ ସମସ୍ତ ମେଡିକାଲ ଅମ୍ଳଜାନ ଅଭାବକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଆମ୍ ଆଦମୀ ପାର୍ଟିର ନେତା ରାଘବ ଚଢା କହିଛନ୍ତି ଯେ ସୋମବାର ଦିନ ଦିଲ୍ଲୀ ମୋଟ ୪୩୩ ମେଟ୍ରିକ ଟନ ଅମ୍ଳଜାନ ଯୋଗ ଯାଇଛି ଯାହା ମୋଟ ଚାହିଦାର ୯୭୬ ମେଟ୍ରିକ ଟନର ୪୪ ପ୍ରତିଶତ ଅଟେ। ଏଭଳି ପରିସ୍ଥିତିରେ ସମୁଦାୟ ୪୧ ଡାକ୍ତରଖାନାରୁ ଯେଉଁମାନେ ଅମ୍ଳଜାନର ଅଭାବ ବିଷୟରେ କହିଥିଲେ ଆମ ନିକଟରେ ସେମାନଙ୍କ ବାର୍ତ୍ତା ପହଂଚି ଥିଲା ।

ରାଘବ ଚଢା କହିଛନ୍ତି ଯେ ସୋମବାର, ୪୧ ଟି ଡାକ୍ତରଖାନା ଆମକୁ ବିଭିନ୍ନ ଉପାୟରେ ସୂଚନା ଦେଥିଲେ ଯେ ସେମାନଙ୍କ ନିକଟରେ ଅମ୍ଳଜାନର ଅଭାବ ଦେଖାଦେଛି । ଏହାପରେ ଆମେ ସମାନଙ୍କର ସମସ୍ତ କଲ୍ ର ଉତ୍ତର ଦେଇଛୁ | ଟିମ୍ କେଜ୍ରିୱାଲ୍ ଏହି ଡାକ୍ତରଖାନାଗୁଡ଼ିକରେ ପ୍ରାୟ ୨୧.୩ ମେଟ୍ରିକ ଟନ ଅମ୍ଳଜାନ ବିତରଣ କରିଛନ୍ତି | ଆପ ନେତା ଅଭିଯୋଗ କରିଛନ୍ତି ଯେ ଗତ ସପ୍ତାହରେ ଦିଲ୍ଲୀ ହାରାହାରି ୩୯୩ ମେଟ୍ରିକ ଟନ ଅମ୍ଳଜାନ ପାଇଥିବାବେଳେ ୯୭୬ ମେଟ୍ରିକ ଟନ ଚାହିଦା ରହିଛି।

ସୋମବାର ୪୧ ଟି ଡାକ୍ତରଖାନା ମଧ୍ୟରୁ 25 ଟି ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦିଆଯାଇଥିବା ବେଳେ 11 ଟି ମେଡିକାଲ ଅମ୍ଳଜାନ ପଠାଯାଇଛି ଏହାସହ ଯୋଗାଣକାରୀଙ୍କ ଦ୍ୱାରା ମଧ୍ୟ ମେଡିକାଲକୁ ସହାୟତା କରାଯାଇଥିଲା। ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀ କରୋନା ବିପର୍ଯ୍ୟୟର ଦ୍ୱିତୀୟ ଲହର ଏଠାରେ ହଇଚଇ ସୃଷ୍ଟି କରୁଛି। କିନ୍ତୁ ଏହି ସଙ୍କଟ ସମୟରେ ଡାକ୍ତରଖାନାଗୁଡ଼ିକୁ ଅମ୍ଳଜାନ ଯୋଗାଣ ପାଇଁ କୋର୍ଟ ନିକଟକୁ ଯିବାକୁ ପଡୁଛି । ଗତକାଲି ମଧ୍ୟ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ ତାଗିଦ କରିଥିଲେ ଏବଂ ବିଳମ୍ବ ନକରି ଦିଲ୍ଲୀକୁ ସଠିକ୍ ପରିମାଣରେ ଅମ୍ଳଜାନ ଯୋଗାଇବାକୁ କହିଥିଲେ। ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀକୁ ଅମ୍ଳଜାନ ଯୋଗାଇବାକୁ କହିଛନ୍ତି।

Get real time updates directly on you device, subscribe now.