fbpx
BSKY SKY
BSKY SKY

ବ୍ରୁକଲିନ୍ ଷ୍ଟେସନରେ ଗୁଳିକାଣ୍ଡ: ଅଭିଯୁକ୍ତ ଗିରଫ

BSKY

ୱାଂଶିଟନ୍: ନ୍ୟୁୟର୍କ ବ୍ରୁକଲିନ୍ ଷ୍ଟେସନ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗୁଳିମାଡ଼ ଘଟଣାରେ ୬୨ ବର୍ଷୀୟ ଫ୍ରାଙ୍କ ଆର.ଜେମ୍ସ ଗିରଫ ହୋଇଥିବା ଜଣାପଡିଛି । ଜେମ୍ସଙ୍କ ନାଁରେ ସଂଘୀୟ ଆତଙ୍କବାଦ ଅପରାଧ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ, ଏହି ଗୁଳିମାଡ଼ରେ ୫ ଗୁରୁତରଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି ।

ତେବେ ଆମେରିକାର ସବୁଠାରୁ ବଡ଼ ସହର ନ୍ୟୁୟର୍କର ବ୍ରୁକଳିନରେ ମଙ୍ଗଳବାର ଦିନ ଏକ ମେଟ୍ରୋ ଷ୍ଟେସନରେ ଅଚାନକ୍ ଗୁଳିମାଡ଼ ହୋଇଥିଲା । ଅଧିକାରୀଙ୍କ କହିବା ମୁ୍ତାବକ, ଏହି ଆକ୍ରମଣରେ ମୋଟ ୧୦ ଲୋକଙ୍କୁ ଗୁଳି ଲାଗିଛି, ଯେଉଁଥିରେ ୭ ପୁରୁଷ ଓ ୩ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଅନ୍ୟ ୧୩ ଜଣ ଲୋକ ଦୌଡ଼ାଦୌଡ଼ି କଲାବେଳେ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଅନେକ ବିସ୍ଫୋଟକ ମଧ୍ୟ ଜବତ ହୋଇଛି ।

ପରେ ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା । ପୋଲିସ ପକ୍ଷରୁ ଫ୍ରାଙ୍କ ଜେମ୍ସର ଫଟୋ ପ୍ରକାଶ କରାଯାଇଥିବା ବେଳେ ତାକୁ ୬୨ ବର୍ଷ ବୟସ ହୋଇଥିବା କୁହାଯାଇଥିଲା । ଅଭିଯୁକ୍ତର ସୂଚନା ପାଇବା ମାତ୍ରେ ଖବର ଦେବାକୁ ପୋଲିସ ନିବେଦନ କରିବା ସହ ଏଥିପାଇଁ ୫୦,୦୦୦ ଡଲାରର ପୁରସ୍କାର ମଧ୍ୟ ରଖାଯାଇଥିଲା ।

Get real time updates directly on you device, subscribe now.