fbpx
BSKY
BJD MC SKY
BJD MS SKY

ଫୁଡ୍‌ ଡେଲିଭରି ରେସ୍‌ରେ ‘ଓଲା’, ଏଣିକି ମାତ୍ର ୧୦ ମିନିଟରେ ଗ୍ରାହକଙ୍କ ପାଖରେ ପହଞ୍ଚିବ ଖାଦ୍ୟ

ନୂଆଦିଲ୍ଲୀ: ଦେଶରେ ପ୍ରମୁଖ ଫୁଡ୍‌ ଡେଲିଭରି ଆପ୍‌ ସ୍ୱିଗି ଏବଂ ଜୋମାଟୋ ପରେ ଏବେ ‘ଓଲା’ ଏହି ରେସରେ ଜୋଡିହୋଇଛି । ‘ଓଲା’ ଗୋଟିଏ ଅର୍ଡରରେ ଗ୍ରାହକଙ୍କ ଘରେ ଆସି ମନ ପସନ୍ଦର ଖାଦ୍ୟ ପହଞ୍ଚାଇ ଦେଉଛି । କିନ୍ତୁ ଓଲାର ସେବା ଖୁବ୍‌ ଭିନ୍ନ । ଏଥିପାଇଁ ଗ୍ରାହକଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ମାତ୍ର ୧୦ ମିନିଟରେ ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚିଯିବ । କମ୍ପାନୀ ଏହି ସେବାର ଟ୍ରାଏଲ ଆରମ୍ଭ କରି ଦେଇଛି । ନିକଟରେ ସ୍ୱିଗି ଏବଂ ଜୋମାଟୋ ମଧ୍ୟ ଏହି ଭଳି ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରୁଥିଲେ ।

ଓଲା ବାଙ୍ଗାଲୁରୁରେ ଏହି ନୂଆ ସେବାର ଟେଷ୍ଟିଂ ଆରମ୍ଭ କରିଛି । କିନ୍ତୁ ଏବେ ଏହା ଲିମିଟେଡ୍‌ ଡିସ୍‌ ଉପରେ ସୀମିତ ରହିଛି । ଓଲା ତା’ର ୧୦ ମିନିଟ୍‌ ଫୁଡ୍‌ ଡେଲିଭରି ସର୍ଭିସରେ ଖେଚୁଡ଼ି, ପିଜ୍ଜା ଏବଂ କାଠି ରୋଲ ଭଳି ଆଇଟମ ସାମିଲ କରିଛି । ତେବେ ଖାଦ୍ୟ ସମ୍ପୂର୍ଣ୍ଣ ତାଜା ତିଆରି ହେବ ବୋଲି କମ୍ପାନୀ ଦାବି କରିଛି । ତେବେ ଓଲା ଖିଚଡ଼ି ଏକ୍ସପେରିମେଣ୍ଟ, ପରାଠା ଏକ୍ସପେରିମେଣ୍ଟ, ବିରିୟାନୀ ଏକ୍ସପେରିମେଣ୍ଟ ଏବଂ ନାସ୍ତା ଏକ୍ସପ୍ରେସ୍‌ ନାମରେ କିଚେନ୍‌ ମଧ୍ୟ ଚଲାଉଛି ।

Get real time updates directly on you device, subscribe now.