ସର୍ପାଘାତରେ ଭାଇ ଭଉଣୀ ମୃତ

ବଲାଙ୍ଗୀର: ସାପ କାମୁଡ଼ାରେ ଭାଇ ଭଉଣୀଙ୍କର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରର ଟାଉନ ଥାନା ମାଲଗୋଦାମ ପଡ଼ାରେ।

ଘରେ ସୋଇଥିବା ସମୟରେ ବିଷଧର ସାପ ଘରକୁ ପଶି ଆସି ଭାଇ ଭଉଣୀଙ୍କୁ କାମୁଡି ଦେଇଥିଲା।

କିଛି ସମୟ ପରେ ସେମାନଙ୍କୁ ଯେତେବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କଲେ। ଯାହାଫଳରେ ଘଟଣାସ୍ଥଳରେ ଶୋକର ଛାୟା ଖେଳିଯାଇଛି।